Odia News Portal

ଗଛରେ ପିଟି ହେଲା କାର୍, ଚାଲିଗଲା ଜଣେ ଯାତ୍ରୀଙ୍କ ଜୀବନ

 ଗଛରେ ପିଟିହେଲା କାର୍‌ । ଘନ କୁହୁଡ଼ି ଲାଗି ଦିଶିଲାନି ରାସ୍ତା । ଶେଷରେ ଭାରସାମ୍ୟ ହରାଇ ରାସ୍ତା କଡ଼ ଗଛରେ ପିଟିହେଲା କାର୍‌ । ଭୁବନେଶ୍ୱର-ପୁରୀ ବାଇପାସ୍‌ ଲିଙ୍ଗିପୁର ଟ୍ରାଫିକ ଛକ ନିକଟରେ ଘଟିଛି ଏପରି ଦୁର୍ଘଟଣା । ଯେଉଁଥିରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ୪ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ମୃତାହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଶୁକ୍ରବାର ବିଳମ୍ଵିତ ରାତିରେ ୫ ଜଣ ଏକ ଭୋଜିରେ ଯୋଗ ଦେଇ କାର୍ ଯୋଗେ କଟକ ଅଭିମୁଖେ ଫେରୁଥିଲେ। ଘନ କୁହୁଡ଼ି ଯୋଗୁଁ ରାସ୍ତାଘାଟ ଦିଶୁନଥିଲା। ଭୁବନେଶ୍ଵର-ପୁରୀ ବାଇପାସ୍ ଲିଙ୍ଗିପୁର ଟ୍ରାଫିକ୍ ନିକଟରେ କାର୍‌ଟି ଭାରସାମ୍ୟ ହରାଇ ଏକ ଗଛକୁ ଧକ୍କା ଦେଇଥିଲା । ଯାହାପରେ ନିକଟରେ ଥିବା ଇଲେକ୍ଟ୍ରିକ୍ ପୋଲରେ ପିଟି ହୋଇଥିଲା କାର୍‌।  ତେବେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଉକ୍ତ ଗଛଟି ଭାଙ୍ଗି ଯାଇଥିଲା। ଏହାସହିତ କାର୍‌ଟି ମଧ୍ୟ ଭାଙ୍ଗି ଯାଇଥିଲା। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରେ ସ୍ଥାନୀୟ ଲୋକ ଏବଂ ଅଗ୍ନିଶମ ବାହିନୀ ପହଁଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲ୍‌ ପଠାଇଛନ୍ତି।  ଧଉଳି ପୋଲିସ ଦୁର୍ଘଟଣାଗ୍ରସ୍ତ କାରକୁ ଜବତ କରି ତଦନ୍ତ କରୁଛି।