Odia News Portal

ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଘର

ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଆବାସ ଘର । କୌଣସି ବି ହିତାଧିକାରୀ ଏଥିରୁ ବଞ୍ଚିତ ହେବେ ନାହିଁ  ।

ପୁରୀ ଜିଲ୍ଲା ଅର୍ଜୁନସିଂପୁର ଗ୍ରାମରୁ ଆରମ୍ଭ ହୋଇଯାଇଛି ପ୍ରଧାମନ୍ତ୍ରୀ ଆବାସ ପାଇଁ ସର୍ଭେ । ମନ୍ତ୍ରୀ ରବି ନାୟକ ଓ ସାଂସଦ ସମ୍ବିତ ପାତ୍ର ଗାଁ ଗାଁ ବୁଲି ଲୋକଙ୍କୁ ଭେଟିଛନ୍ତି । ଲୋକଙ୍କ ଦୁଃଖ ବୁଝିଛନ୍ତି । ଗରୀବ ଲୋକଙ୍କ ଘରକୁ ଯାଇ ସର୍ଭେ କରିଛନ୍ତି । ଲୋକଙ୍କ ଦୁଃଖ ଶୁଣିବା ପରେ ମନ୍ତ୍ରୀ ରବି ନାୟକ କହିଛନ୍ତି, ଜଗନ୍ନାଥଙ୍କ ମାଟିରେ ପ୍ରଥମେ ସର୍ଭେ ଆରମ୍ଭ ହୋଇଛି । ସର୍ଭେରୁ ଜଣାପଡିଛି ତାଲିକାରେ ପ୍ରକୃତ ଗରିବ, ନିଷ୍ପେଷିତଙ୍କ ନାଁ ନାହିଁ । ଏଣିକି କେହିବି ଯୋଗ୍ୟ ହିତାଧିକାରୀ ଆବାସ ପାଇବାରୁ ବଞ୍ଚିତ ହେବେ ନାହିଁ । ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ମିଳିବ । ୨୪ବର୍ଷର ତଥ୍ୟ ଦେଖି କଷ୍ଟ ହେଉଛି । ଲୋକମାନେ ଅନେକ ସମସ୍ୟାରେ ରହୁଛନ୍ତି । କିନ୍ତୁ ଏଣିକି ଲୋକେ ଆଉ ହଇରାଣ ହେବେ ନାହିଁ । କି ଆବାସ ପାଇଁ ବାରମ୍ବାର ଦୌଡିବାକୁ ପଡିବ ନାହିଁ । ଆମ ସରକାର ଗରିବଙ୍କୁ ଉଚିତ୍ ନ୍ୟାୟ ଦେବ । ଘର ନଥିବା ଲୋକଙ୍କୁ ଆମେ ଘର ଦେବୁ ।