ଜାନୁଆରୀ ୩୧ରେ ଇ କେୱାଇସି ଶେଷ ହେବ। ତା ପୂର୍ବରୁ ଅଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ସରେଣ୍ଡର କରିବାକୁ ପୁଣି ଥରେ ନିବେଦନ କଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି, ବୋଧେ ଭୟରେ ଇ କେୱାଇସି ପାଇଁ ଆସୁ ନାହାନ୍ତି, ଖୁବ ଶୀଘ୍ର ସରେଣ୍ଡର କଲେ ଭଲ। ପ୍ରତି ବ୍ଲକରେ ୨୦୦ ରୁ ୩୦୦ ଅଧିକ ଅଯୋଗ୍ୟ ହିତାଧିକାରୀ ଅଛନ୍ତି। ଯେଉଁମାନେ ସରକାରୀ ଚାକିରି କରି ହାତେଇଛନ୍ତି ରାସନ କାର୍ଡ, ସେମାନେ ଶୀଘ୍ର ସରେଣ୍ଡର କଲେ ଭଲ।
ସୁଚନା ଅନୁଯାୟୀ ଗରିବଙ୍କ ରାସନକାର୍ଡକୁ କବଜା କରି ବସିଥିବା ବଡ଼ ବଡ଼ିଆ ସରକାରୀ ଅଧିକାରୀଙ୍କୁ ପୁଣି ଥରେ ଚେତାବନୀ ଦେଇଥିଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଅଯୋଗ୍ୟ ହିତାଧିକାରୀଙ୍କୁ ଆତ୍ମସମର୍ପଣ କରିବାକୁ ଆହ୍ୱାନ କରିଛନ୍ତି ମନ୍ତ୍ରୀ । ଯଦି ସରକାରଙ୍କୁ କାର୍ଡ ନ ଫେରାନ୍ତି, ତାହା ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରୋକ୍ ଠୋକ୍ ଶୁଣାଇଥିଲେ।
ମନ୍ତ୍ରୀ କହିଥିଲେ ଯେ ସାରା ରାଜ୍ୟରେ ଲକ୍ଷ ଲକ୍ଷ ସଂଖ୍ୟାରେ ଅଯୋଗ୍ୟ ରାସନ କାର୍ଡ ହିତାଧିକାରୀ ଅଛନ୍ତି। ଇ-କେୱାଇସି ଜରିଆରେ ଏହା ସ୍ପଷ୍ଟ ହୋଇଛି। ଉକ୍ତ ଅଯୋଗ୍ୟ ହିତାଧିକାରୀମାନେ ଇ-କେୱାଇସି କରିବା ଆସୁ ନାହାଁନ୍ତି। ସେଥିରେ ଶିକ୍ଷକ, ଡାକ୍ତର, ଅଧ୍ୟାପକ ମଧ୍ୟ ରହିଛନ୍ତି।
ଏଠାରେ ଉଲ୍ଲେଖ ଯୋଗ୍ୟ, ପୂର୍ବରୁ ମନ୍ତ୍ରୀ କହିଥିଲେ ଯେ ରାଜ୍ୟର ପ୍ରାୟ ୪ଲକ୍ଷ ଆୟକରଦାତା ରାସନ କାର୍ଡ ନେଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ଓଏଏସ ଅଫିସ, ଡାକ୍ତର ଓ ଅଧ୍ୟାପକ ମଧ୍ୟ ରାସନ କାର୍ଡ ହାତେଇଛନ୍ତି । ଇ-କେୱାଇସି ଯାଞ୍ଚରୁ ସାମ୍ନାକୁ ଆସିଛି ଏଭଳି ଚାଞ୍ଚଲ୍ୟକର ତଥ୍ୟ । ଯଥାଶୀଘ୍ର କାର୍ଡ ଫେରସ୍ତ ନକଲେ ଫାଇନ୍ ଲଗାଇବାକୁ ତାଗିଦ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଯେଉଁଦିନଠାରୁ ରାସନକାର୍ଡ ନେଇଥିବେ ସେହିଦିନଠାରୁ ଫାଇନ୍ କରି ଆଦାୟ କରାଯିବ ଏବଂ ହିସାବ କରି ସବୁ କାର୍ଡକୁ ରିକଭର କରାଯିବ ବୋଲି ମନ୍ତ୍ରୀ କହିଥିଲେ । ପୂର୍ବ ସୁଚନା ଅନୁଯାୟୀ ରାସନ କାର୍ଡର ଇ-କେୱାଇସି ଯାଞ୍ଚ ଚାଲିଥିବାବେଳେ, କାହାର କଟିବ, କାହାର ରହିବ ସେ ନେଇ ଦ୍ୱନ୍ଦ୍ୱରେ ରହିଥିଲେ ହିତାଧିକାରୀ ।
ଆଉ ଏତିକିବେଳେ ବଡ ସୂଚନା ଦେଇଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଯେଉଁମାନେ ରାସନ କାର୍ଡ ପାଇବା ପାଇଁ ଯୋଗ୍ୟ ନୁହଁନ୍ତି, ସେମାନଙ୍କୁ ରାସନ କାର୍ଡ ମିଳିଛି । ବର୍ଷ ବର୍ଷ ଧରି ସେମାନେ କାର୍ଡରେ ମାଗଣା ରାସନ ସାମଗ୍ରୀ ଉଠାଇ ଚାଲିଛନ୍ତି । ବଡ କଥା ହେଉଛି, ସେମାନଙ୍କ ମଧ୍ୟରେ ବହୁ ସଂଖ୍ୟାରେ ବାଙ୍ଗଲାଦେଶୀ ଓ ରୋହିଙ୍ଗ୍ୟା ଥିବା ଜଣାପଡ଼ିଥିଲା ।
ଆଉ ତାପରେ ଆକ୍ସନ ମୋଡରେ ଯୋଗାଣ ବିଭାଗ ରହିଥିଲା । ଏଭଳି କେତେ ବିଦେଶୀ ଓଡ଼ିଶାରେ ରାସନ କାର୍ଡ ପାଇଛନ୍ତି, ତଦନ୍ତ କରି ସେମାନଙ୍କ ତାଲିକା ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ ଯୋଗାଣ ମନ୍ତ୍ରୀ । ବିଧାନସଭାର ତଥ୍ୟ ଅନୁସାରେ ଓଡ଼ିଶାରେ ୧ଲକ୍ଷ ୫୭ ହଜାରରୁ ଅଧିକ ବାଙ୍ଗଲାଦେଶୀ ରହୁଥିବା ପୂର୍ବ ସୂଚନା ଅନୁଯାୟୀ ତଥ୍ୟ ରହିଥିଲା ଏଥିସହ ଏବେ ବିଭିନ୍ନ ସରକାରୀ ଚାକିରିଆ ଥିବା ଏବେ ଜଣାପଡ଼ିଛି।