ବୈଧ ବୀମା ନଥାଇ ଗାଡି ଚଲାଉଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ନିଷ୍ପତ୍ତି ହୋଇଛି । ମୋଟର ଯାନ ଆଇନର ଧାରା ଅନୁସାରେ ଉଲ୍ଲଙ୍ଘନକାରୀଙ୍କୁ ୨ ହଜାର ଟଙ୍କା ଜରିମାନା କିମ୍ବା ତିନି ମାସ ପର୍ଯ୍ୟନ୍ତ ଜେଲ୍ ଦଣ୍ଡର ବ୍ୟବସ୍ଥା ରହିଛି । ଯଦି ଏଭଳି ବାରମ୍ବାର ନିୟମ ଉଲ୍ଲଙ୍ଘନ କରୁଛନ୍ତି ତେବେ ଜରିମାନା ବାବଦ ୪ ହଜାର ଟଙ୍କା ଏବଂ ୩ ମାସ ପର୍ଯ୍ୟନ୍ତ ଜେଲ୍ ଭୋଗିବାକୁ ପଡିବ । ମୋଟର ଯାନର ଚଲାଉଥିଲେ ହେଇଯାଅନ୍ତୁ ସାବଧାନ। ଗାଡିର ବୀମା ନଥିଲେ ହେବ ବଡ କାର୍ଯାନୁଷ୍ଠାନ । ବୈଧ ବୀମା ନଥାଇ ଗାଡି ଚଲାଉଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ନିଷ୍ପତ୍ତି ହୋଇଛି । ବୀମା ନଥିବା ଗାଡିକୁ ସ୍ବୟଂକ୍ରିୟ ପ୍ରଣାଳୀରେ ଧରିବ ଟୋଲଗେଟ । ତେଣୁ ଆସନ୍ତା ଫେବୃଆରି ପହିଲାରୁ ରାଜ୍ୟର ବିଭିନ୍ନ ଜାତୀୟ ରୀଜପଥ ରେ ଥିବା ସମମସ୍ତ ୨୨ ଟି ଟୋଲଗେଟ୍ ରେ ଏହା କାର୍ଯ୍ୟକାରୀ ହେବାକୁ ଯାଉଛି ।
ମୋଟର ଯାନ ଆଇନ ଧରା ୧୪୬ ଅୁନସାରେ ପ୍ରତ୍ୟେକେ ମୋଟର ଯାନ ବୈଧ ବୀମା ଭୁକ୍ତ ହେବା ବାଧ୍ୟତାମୂଳକ । ଯଦି କେହି ଚାଳକ ଏହା ଉଲ୍ଲଙ୍ଘନ କରନ୍ତି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମୋଟର ଯାନ ଆଇନର ଧାରା ଅନୁସାରେ ଉଲ୍ଲଙ୍ଘନକାରୀଙ୍କୁ ୨ ହଜାର ଟଙ୍କା ଜରିମାନା କିମ୍ବା ତିନି ମାସ ପର୍ଯ୍ୟନ୍ତ ଜେଲ୍ ଦଣ୍ଡର ବ୍ୟବସ୍ଥା ରହିଛି। ଯଦି ଏଭଳି ବାରମ୍ବାର ନିୟମ ଉଳ୍ଲଙ୍ଘନ କରୁଛନ୍ତି ତେବେ ଜରିମାନା ବାବଦ ୪ ହଜାର ଟଙ୍କା ଏବଂ ୩ ମାସ ପର୍ଯ୍ୟନ୍ତ ଜେଲ୍ ଭୋଗିବାକୁ ପଡିବ।
ପରିବହନ ବିଭାଗର କହିବାନୁସସାର ଅନେକ ଘରୋଇ ଓ ବ୍ୟବସାୟିକ ଗାଡି ନିୟମ ଉଲ୍ଲଙ୍ଘନ କରି ବୀମା କରୁନାହାଁନ୍ତି । ଫଳରେ ସଡ଼କ ଦୁର୍ଘଟଣା ଜନିତ ମୃତୁରେ ମୃତକଙ୍କ ପରିବାରକୁ ଅନୁକମ୍ପାମୂଳକ ବୀମା ରାଶି ପାଇବାରୁ ବଞ୍ଚିତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ପରିବହନ ବିଭାଗ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପରିବହନ ଆୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଇ-ଡିଟେକ୍ସନ ରେ ପରମିଟ୍, ଫିଟ୍ନସେ, ଟିକସ ନିୟମରେ ଉଲ୍ଳଙ୍ଗନକାରୀଙ୍କୁ ଟୋଲଗେଟ୍ ରେ ଚିହ୍ନ କରାଯାଉଥିଲା। ଏବେ ବୀମା ନିୟମ ଉଲ୍ଲଙ୍ଘନକାରୀଙ୍କୁ ଟୋଲଗେଟ୍ରେ ଚିହ୍ନଟ କରାଯିବ।
ତେବେ ଇ-ଡିଟେକ୍ସନ ପ୍ରକ୍ରିୟାରେ ଜାରି ହେବ ଇ-ଚାଲାଣ । ତେଣୁ ଏନଫୋର୍ସମେଣ୍ଟ ରେ ଆଧୁନିକ ଜ୍ଞାନକୌଶଳକୁ ବ୍ୟବହାର କରାଯିବାକୁ ନିଷ୍ପତ୍ତି ହୋଇଛି । ତେଣୁ ଯଦି ଗାଡିର ବୀମା ନାହିଁ ତୁରନ୍ତ ବୀମା କରାଇନିଅନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ପରିବହନ ପ୍ରାଧିକରଣ । ତେବେ ସବୁଠୁ ବଡ କଥା ରାଜ୍ୟରେ ଏବେ ୯୦ ଲକ୍ଷ ଗାଡି ପଞ୍ଜିକରଣ ହୋଇ ରାସ୍ତାରେ ଚାଲୁଛି । ହେଲେ କେତେ ସଂଖ୍ୟାର ଗାଡିରେ ବୀମା ନାହିଁ ସେ ସମ୍ପର୍କିତ ତଥ୍ୟ ପରିବହନ ବିଭାଗରେ ନାହିଁ । ସୂଚନାଅନୁସାରେ, ରାଜ୍ୟ ପରିବହନ ପ୍ରାଧିକରଣ ଗତ ୨୦୨୨ରୁ ଇ-ଡିଟେକ୍ସନ୍ ଆପ୍ଲିକେସନକୁ ବିକଶିତ କରି ଟୋଲଗେଟ୍ ଦେଇ ଯାତାୟତ କରୁଥିବା ମୋଟରଯାନଗୁଡ଼ିକର ବୈଧ ଇନ୍ସ୍ୟୁରାନ୍ସ, ପଲ୍ୟୁସନ୍ ଓ ଫିଟନେସ୍ ସାର୍ଟିଫିକେଟ୍ ଅଛି କି ନାହିଁ ତାହା ଜାଣିବାକୁ ପଦକ୍ଷେପ ନେଇଥିଲେ । ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଟୋଲଗେଟ୍ ସହ ଇ-ଡିଟେକ୍ସନ୍ ଆପ୍ଲିକେସନକୁ ସମ୍ମିଳିତ କରାଇ ପରୀକ୍ଷାମୂଳକ ଭାବେ ଏହାର କାର୍ଯ୍ୟକାରିତା ଯାଂଚ କରିଥିଲେ । ଟୋଲଗେଟ୍ ଦେଇ ଯାତାୟତ କରୁଥିବା ସମସ୍ତ ମୋଟର ଯାନଗୁଡ଼ିକ ଉପରେ ନଜର ରଖିବାକୁ ରାଜ୍ୟ ସରକାର ଏହି ଇ-ଡିଟେକ୍ସନ୍ ପୋର୍ଟାଲକୁ ବିକଶିତ କରିଛନ୍ତି ।