Odia News Portal

କମିଶନରେଟ ପୋଲିସର ନୂଆ ନିୟମ : ସାଧାରଣ ଲୋକଙ୍କ ସହଭାଗିତାରେ ହେବ ଅପରାଧ ନିୟନ୍ତ୍ରଣ

 କମ୍ୟୁନିଟି ପଲିସି କୁ ଗୁରୁତ୍ୱ ଦେବ କମିଶନରେଟ ପୋଲିସ । ସାଧାରଣ ଲୋକଙ୍କ ସହଭାଗିତାରେ ହେବ ଅପରାଧ ନିୟନ୍ତ୍ରଣ । ନୂଆବର୍ଷରେ ନୂଆ ସଂକଳ୍ପ ନେବା ସହ ଅପରାଧ ତାଲିକା ପ୍ରକାଶ   ।   ସାମ୍ନାକୁ ଆସିଲା କମିଶନରେଟ ପୋଲିସ ର ବାର୍ଷିକ ରିପୋର୍ଟ  ।  ଭୁବନେଶ୍ୱର ୟୁପିଡ଼ିରେ ୨୦୨୩ ମସିହାରେ   ୧୧ ହଜାର ୯୭୫ ଟି କେସ ରୁଜୁ ହୋଇଥିବା ବେଳେ ୨୦୨୪ ରେ ୧୪ ହଜାର ୪୧୬ ଟି କେସ ରୁଜୁ ହୋଇଛି  । ୨୦୨୩ ରେ ୫୨ ଟି ମର୍ଡର କେସ ହୋଇଥିବା ବେଳେ ୨୦୨୪ ରେ ଏହା ବଢି ୬୬ ରେ ପହଞ୍ଚିଛି  ।  ଡକାୟତି, ଲୁଟ, ଚୋରି ଭୁବନେଶ୍ୱର ରେ  ଏବର୍ଷ କମିଛି । ସେହିପରି କଟକ ୟୁପିଡ଼ିରେ ୨୦୨୩ ରେ ୭୮ ଟି ମର୍ଡର କେସ ସାମ୍ନାକୁ ଆସିଥିବା ବେଳେ ୨୦୨୪ ରେ ୮୯ ଟି କେସ ରୁଜୁ ହୋଇଛି  ।

ଡକାୟତି ,  ଲୂଟ, ଚୋରି କଟକରେ ଗତବର୍ଷ କମିଛି । ସେହିପରି ଦଙ୍ଗା  ଓ ଟ୍ରାଫିକ କେସରେ ସାମାନ୍ୟ ହ୍ରାସ ହୋଇଛି  ।  ପ୍ରପର୍ଟି ଅଫେନ୍ସ ଗୁଡିକରେ POPD    ଟିମ ଆଖିଦୃଶିଆ ସଫଳତା ଭୁବନେଶ୍ୱର ୟୁପିଡ଼ିରେ ହାସଲ କରିଛି   ।   ଭୁବନେଶ୍ୱର ପୋଲିସ ପ୍ରପର୍ଟି ଅଫେନ୍ସ କେସରେ ୧୧୨୫ ଜଣଙ୍କୁ ଗିରଫ କରିଥିବା ବେଳେ  ୫ କେଜି ୫୫୫ ଗ୍ରାମ ସୁନା, ୧୫ କେଜିରୁ ଉର୍ଦ୍ଧ୍ବ ରୂପା, ୭୭୯ ଟି ମୋବାଇଲ ଜବତ କରାଯାଇଛି  ।  ୬୧ ଲକ୍ଷ ୭୩ ହଜାର ଟଙ୍କା ଜବତ କରିଛି  POPD ଟିମ ।

ସେହିପରି କମିଶନରେଟ ପୋଲିସ ପାଇଁ ବଡ଼ ଚ୍ୟଲେଞ୍ଜ ପାଲଟିଥିବା ସାଇବର କ୍ରାଇମ କ୍ଷେତ୍ରରେ ୨୦୨୪ ମସିହାରେ ୭ ହଜାର ୨୬୩ ମାମଲା ରୁଜୁ କରାଯାଇଛି  ।  ୮୨ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକେଇ ନେଇ ଅଭିଯୋଗ ହୋଇଛି  ।  ଅଭିଯୋଗ ପରେ ୨୩ କୋଟି ୬୦ ଲକ୍ଷ ଟଙ୍କା ଫ୍ରିଜ କରାଯାଇଛି । ୨ କୋଟି  ୫୦ ଲକ୍ଷ ଟଙ୍କା ଠକେଇର ଶିକାର ଲୋକଙ୍କୁ ଫେରସ୍ତ ହୋଇଛି   । 

ସାଇବର ଅପରାଧ ରୋକିବା ପାଇଁ ଲୋକଙ୍କୁ ସଚେତନ କରାଯାଇଛି । ଟୋଲ ଫ୍ରି ନମ୍ବର ୧୯୩୦ ଜାରି ହୋଇଛି । ଅନ୍ୟପଟେ ଟୁଇନ ସିଟିରେ ବଢୁଥିବା ଟ୍ରାଫିକ ସମସ୍ୟା କୁ ରୋକିବା ସହ ଦୁର୍ଘଟଣା ହାର କମାଇବା ୨୦୨୫ ମସିହାରେ କମିଶନରେଟ ପୋଲିସର ମୁଖ୍ୟ ପ୍ରୟାସ ରହିବ ବୋଲି କହିଛନ୍ତି।