ଓଡ଼ିଶାର ସଂସ୍କୃତି ଓ ଇତିହାସ ସହିତ ପ୍ରବାସୀ ମାନଙ୍କୁ ଯୋଡ଼ିବା ପ୍ରବାସୀ ଭାରତୀୟ ଦିବସର ମୂଳ ଲକ୍ଷ୍ୟ ଓଡ଼ିଶାରେ ଯେଉଁ ସମ୍ଭାବନା ଅଛି ତାକୁ ଜଣେଇବା ଲାଗି ଆୟୋଜନ ହେଉଛି ପ୍ରବାସୀ ଭାରତୀୟ ସମ୍ମିଳନୀ,ଏହା କିପରି ଠିକ ଢଙ୍ଗରେ ହେବ ସେଥିପାଇଁ ଆମେ ସମସ୍ତେ ଲାଗିଛୁ । ଗତକାଲି ମୁଖ୍ୟମନ୍ତ୍ରୀ ସମସ୍ତ ମନ୍ତ୍ରୀ ମାନଙ୍କୁ ନେଇ ସମୀକ୍ଷା କରିଛନ୍ତି ।
ଆମର ପର୍ଯ୍ୟଟନ ଠୁ ନେଇ ଶିଳ୍ପର ସମ୍ଭାବନା ଓ ଆତିଥ୍ୟତା ଦୃଷ୍ଟିରୁ ସେମାନଙ୍କୁ ଯେପରି କୌଣସି ଅସୁବିଧା ନ ହେବ ସେଭଳି ବ୍ୟବସ୍ଥା କରାଯାଉଛି । ଓଡ଼ିଶାର କଳା ସାହିତ୍ୟ ସଂସ୍କୃତି କୁ ସେଠି ପଦର୍ଶିତ କରାଯିବ । ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଙ୍କ ଠୁ ନେଇ ବହୁତ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ସେଥିରେ ଯୋଗ ଦେବେ ।
ଯେଉଁ ପ୍ରବାସୀ ଭାରତୀୟ ମାନେ ଓଡ଼ିଶା ଆସିବେ ସେମାନେ ନିଶ୍ଚିତ ଭାବେ ଏକ ସକରାତ୍ମକ ମନୋଭାବ ନେଇ କି ଯିବେ ଏଥିସହ ସେ କହିଛନ୍ତି ଯେଉଁ ପ୍ରତିଶ୍ରୁତି ଦେଇଥିଲୁ ତାହାକୁ ପୂରା କରିବୁ । ସଙ୍ଗଠନ ଓ ସରକାର ଭିତରେ ସନ୍ତୁଳନ ରହିଛି । ନୂଆବର୍ଷରେ ଦେଇଥିବା ପ୍ରତିଶ୍ରୁତିକୁ ପୂରା କରିବା ଆମର ଲକ୍ଷ୍ୟ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।
ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ପୂରା କରିବା ଆମ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ । ଧାନର ସହାୟକ ମୂଲ୍ୟ ବୃଦ୍ଧି,ସୁଭଦ୍ରା ଯୋଜନା,କାମଧେନୁ ଯୋଜନା, ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବା ଭଳି ପ୍ରତିଶ୍ରୁତିକୁ ପୂରା କରିଛୁ। ଅନ୍ୟ ସବୁ ପ୍ରତିଶ୍ରୁତି ପୂରା କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ଆଇନମନ୍ତ୍ରୀ।