Odia News Portal

ଧାନକିଣାକୁ ନେଇ ଧର୍ମେନ୍ଦ୍ରଙ୍କ ବଡ଼ ବୟାନ; କହିଲେ, ମଣ୍ଡିରେ ହେଉନି ଧାନ ବିକ୍ରି

ସାରା ରାଜ୍ୟରେ ମଣ୍ଡିରେ ଧାନ ବିକ୍ରି ହେଉନାହିଁ । ଏକଥା ସ୍ୱୀକାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁରରେ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଏକଥା କହିଛନ୍ତି କେନ୍ଦ୍ରମନ୍ତ୍ରୀ । କହିଛନ୍ତି, ମଣ୍ଡିରେ ଅବ୍ୟବସ୍ଥା ଗତ ସରକାରଠାରୁ ରହିଆସିଛି । ପୂର୍ବ ସରକାର ସମୟରେ ମଣ୍ଡି ବ୍ୟବସ୍ଥା ସଠିକ ଭାବେ ପରିଚାଳନା କରାଯାଉନଥିଲା । ଏବେବି ସେହି ସମସ୍ୟା ଲାଗି ରହିଆସିଛି ।

କେବଳ ଧାନ ଗାଡ଼ି ମଣ୍ଡିକୁ ଛୁଆଁ ହୋଇ ଯାଉଛି । ଖୁବଶୀଘ୍ର ଏ ସମସ୍ୟା ଦୂର ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି । କହିଛନ୍ତି, ଲୋକଙ୍କ ଆକାଉଣ୍ଟକୁ ସିଧାସଳଖ ଧାନ ଟଙ୍କା ଯିବ ଏବଂ ମଧ୍ୟସ୍ଥି କିପରି ହଟିବ, ସେହି କାମରେ ସରକାର ଲାଗିଛନ୍ତି । ଆସନ୍ତାବର୍ଷଠାରୁ ମଣ୍ଡିରେ ଧାନ ବିକ୍ରି ହେବ ବୋଲି ସୂଚନା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ବଲାଙ୍ଗୀର ଜିଲ୍ଲାରେ ଚାଷୀ ଜରି ବସ୍ତା ରେ ମଣ୍ଡିକୁ ଧାନ ଆଣିଲେ ତାକୁ ମିର୍ଲସ ନେବାକୁ ବାଧ୍ୟ । ନହେଲେ ମିର୍ଲସ ଉପରେ ହେବ ଆକ୍ସନ । ଚାଷୀ ଠାରୁ ଜିରୋ କଟନୀରେ ଧାନ ଉଠାଇବେ ଉଠାଇବେ ମିର୍ଲସ । ମଣ୍ଡିରେ ହଠାତ ପହଞ୍ଚି ଧାନ ବିକ୍ରି ସ୍ଥିତି ପରଖିଛନ୍ତି କୃଷି ମନ୍ତ୍ରୀ କେଭି ସିଂଦେଓ । କଟନୀ, ଛଟନି ନେଇ ଅଭିଯୋଗ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।