Odia News Portal

ଏମକେସିଜି ମେଡିକାଲରେ ଉତ୍ତେଜନା:ପିଜି ଛାତ୍ର ଆହତ

 ବ୍ରହ୍ମପୁର ଏମକେସିଜି ମେଡିକାଲରେ ପୁଣି ଉତ୍ତେଜନା । ସିନିଅର ରେସିଡେଣ୍ଟଙ୍କ ମାଡ଼ରେ ଜଣେ ପିଜି ଛାତ୍ର ଆହତ ହୋଇଛନ୍ତି । ଏହି ଘଟଣାକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ୫ ଜଣ ସିନିଅର ରେସିଡେଣ୍ଟଙ୍କ ନାଁରେ ବୈଦ୍ୟନାଥପୁର ଥାନାରେ ଏତଲା ଦେଇଛନ୍ତି ପିଜି ଛାତ୍ର । ଘଟଣାକୁ ନେଇ ଆସନ୍ତାକାଲି ଯୁଗ୍ମ ସମନ୍ୱୟ ବୈଠକରେ ଆଲୋଚନା କରାଯିବ । ଏନେଇ ସୂଚନା ଦେଇଛନ୍ତି ଏମକେସିଜି ମେଡିକାଲ କଲେଜର ଡିନ୍‌ ।