Odia News Portal

ସିବିଆଇ ସମନ ସ୍ୱତ୍ତେ ଦିଲ୍ଲୀରେ ଥିଲେ ବିଷ୍ଣୁପଦ ସେଠୀ

 ସିବିଆଇ ସମନ ସତ୍ବେ ଦିଲ୍ଲୀ ଯାଇଥିଲେ ବିଷ୍ଣୁପଦ ସେଠୀ  । ହାଜର ନହୋଇ ହୋଟେଲରେ ଥିଲେ ଆଇଏଏସ ବାବୁ । ୧୧ରୁ ୧୩ ଯାଏଁ ଅଶୋକା ହୋଟେଲରେ ଥିଲେ ବିବାଦୀୟ ଆଇଏଏସ ଅଧିକାରୀ  । ସେପଟେ ଆଜି ସିବିଆଇରେ ହାଜର ହୋଇପାରନ୍ତି ଆଇଏଏସ୍ ବିଷ୍ଣୁପଦ ସେଠୀ । ଦିନ ୧୨ଟା ସୁଦ୍ଧା ହାଜର ହେବା ପାଇଁ ନିର୍ଦ୍ଦେଶ ରହିଛି। ଟେଣ୍ଡର ଫିକ୍ସିଂ ମାମଲାରେ ପୂର୍ବରୁ ତାଙ୍କୁ ସମନ ଜାରି କରିସାରିଛି ତଦନ୍ତକାରୀ ସଂସ୍ଥା  । ବାରମ୍ବାର ସମନ ସତ୍ତ୍ବେ ମଧ୍ୟ ବିଷ୍ଣୁପଦ ସିବିଆଇରେ ହାଜର ହେଉନଥିବା କୁହାଯାଉଛି ।

 ଏହା ଭିତରେ ଆଜି ସିବିଆଇରେ ହାଜର ହେବାକୁ ପୁଣିଥରେ ବିଷ୍ଣୁପଦଙ୍କୁ ସମନ ମିଳିଥିବା ସୂଚନା ମିଳିଛି। ସେପଟେ ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଉପରେ ମୋହନ ସରକାରଙ୍କ ଛାଟ ବାଜିଛି। ଟେଣ୍ଡର ଫିକ୍ସିଂ ମାମଲାରେ ସିବିଆଇର ସମନ ପରେ ବିଷ୍ଣୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର । ଦାୟିତ୍ବରେ ଥିବା ୩ ଗୁରୁତ୍ବପୂର୍ଣ୍ଣ ବିଭାଗର ସଚିବ ପଦରୁ ବିଷ୍ଣୁଙ୍କୁ ବିଦା କରାଯାଇଛି ।

ଏହାସହ ସାଧାରଣ ପ୍ରଶାସନ ବିଭାଗର ଓଏସଡି ଭାବେ ତାଙ୍କୁ ଦାୟିତ୍ବ ମିଳିଛି  । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ସେପଟେ ବିଷ୍ଣୁପଦଙ୍କ ସ୍ଥାନରେ ୧୯୯୭ ବ୍ୟାଚ୍ ଆଇଏଏସ ସଞ୍ଜୀବ କୁମାର ମିଶ୍ରଙ୍କୁ ଦାୟିତ୍ବ ଦିଆଯାଇଛି। ସଞ୍ଜୀବ କୁମାର ମିଶ୍ର କିଛି ଦିନ ପୂର୍ବରୁ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିଲେ  ।