Odia News Portal

ପୁରୀ, ଭୁବନେଶ୍ୱର, କଟକକୁ ରିଂ ରୋଡ଼: ମନ୍ତ୍ରୀ

ପୁରୀ, ଭୁବନେଶ୍ୱର ଓ କଟକକୁ ରିଂ ରୋଡ଼ ନିର୍ମାଣ କରାଯିବ । ଯୋଜନା ପ୍ରସ୍ତୁତ ହେଉଛି ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର । ଉତ୍ତରାଧିକାରୀ ସୂତ୍ରରେ ବହୁ ସମସ୍ୟ ଆମକୁ ମିଳିଛି । ୨୪ ବର୍ଷ ଓ ୬ ମାସ ମଧ୍ୟରେ ଫରକ ଅଛି , ଦେଇଥିବା ପ୍ରତିଶୃତି ଆମେ ପାଳିବୁ । ପ୍ରବାସୀ ଭାରତୀୟଙ୍କ ପାଇଁ ଟ୍ରାଫିକ , ସୌନ୍ଦର୍ଯ୍ୟ କରଣ ଓ ଗମନଗମନକୁ ଗୁରୁତ୍ୱ । ମନ୍ଦିର ବୁଲିବା ଲାଗି ସ୍ୱଛତାକୁ ଗୁରୁତ୍ୱ ଦେଇ ରାସ୍ତାଘାଟ ମରାମତି ହେଉଛି । ମୁଖ୍ୟମନ୍ତ୍ରୀ ନିରନ୍ତର ସମୀକ୍ଷା କରୁଛନ୍ତି , ପ୍ରଧାନମନ୍ତ୍ରୀ ଓଡିଶା ପ୍ରତି ଅତ୍ୟନ୍ତ ପ୍ରୀତ । ସେଥିପାଇଁ ବାରମ୍ବାର ଓଡିଶା ଆସୁଛନ୍ତି , ପୁଣି ଜାନୁଆରୀ ରେ ଆସିବେ ।