Odia News Portal

ବିଜେଡି ଇତିହାସ ଶେଷ : ହିମନ୍ତ ବିଶ୍ବଶର୍ମା

ବିଜେଡି ଇତିହାସ ଶେଷ ହୋଇଯାଇଛି। ଆଗାମୀ ୫୦ ବର୍ଷ ଯାଏ ଭାଜପା ରାଜ୍ୟରେ ଶାସନ କରିବ। ଗୁରୁବାର ଏମିତି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା। ପୁରୀ ଶ୍ରୀମନ୍ଦିରରେ ମହାପ୍ରମୁଙ୍କ ଦର୍ଶନ ପରେ ସେ ଏଭଳି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଓଡ଼ିଶାରେ ବିଜେଡି ଇତିହାସ ସରି ସରି ଆସୁଛି। ବିଜେପି ଆଗାମୀ ୫୦ ବର୍ଷ ଯାଏ ରାଜ୍ୟରେ ରାଜ୍‌ କରିବ, ଏଥିରେ କୌଣସି ସନ୍ଦେହ ନାହିଁ।
ସେପଟେ ଭାଜପା ବିଧାୟକ ଜୟନାରାୟଣ ମିଶ୍ର ମଧ୍ୟ ବିଡେିକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଭାଜପା ଯେଉଁଦିନ ହୁଇସିଲ ମାରିବ ସେଦିନ ବିଜେଡି ଗୁଣ୍ଡ ଗୁଣ୍ଡ ହୋଇଯିବ । ଏମିତିକି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ଭାଜପାକୁ ଆସିପାରନ୍ତି। ଭଗବାନ କରନ୍ତୁ ତାଙ୍କ ପାଖରେ ଲୋକ ରୁହନ୍ତୁ। ଦଳଟା ଭାଙ୍ଗିଗଲେ ଦୁଃଖ ଲାଗିବ। ଦଳଟା ଥାଉ, ଦୀର୍ଘଜୀବୀ ହୁଅନ୍ତୁ ଏବଂ ଅପମାନିତ ହୁଅନ୍ତୁ । ମୁଁ ଶତ୍ରୁକୁ ମାରିବାକୁ ଚାହେଁନି, ଜୀବନରେ ମିତ୍ରର ଯେତିକି ଆବଶ୍ୟକତା ଶତ୍ରୁର ସେତିକି ଆବଶ୍ୟକତା ଅଛି।

ବିଜେଡିକୁ ତାତ୍ସଲ୍ୟ କରି ସେ ଆହୁରି କହିଛନ୍ତି, ଭାଜପା ଚାହୁଁନି ବିଜେଡି ଭାଙ୍ଗୁ । ଆମର ଲକ୍ଷ ନୁହେଁ ବିଜେଡି ଶୂନ କରିବା । ସେମାନେ ଯଦି ଆସିବାକୁ ଚାହିଁବେ ତେବେ ସ୍ବାଗତ । ଆମର ରାଜ୍ୟ ସଭାରେ ଆବଶ୍ୟକତା ଅଛି । ଭାଜପା ଯୋଉଦିନ ହୁଇସିଲ ଫୁଙ୍କିବ ସେଦିନ ବିଜେଡି ଗୁଣ୍ଡ ଗୁଣ୍ଡ ହୋଇଯିବ । ଯେଉଁଦିନ ଚାହିଁବୁ ବିଜେଡିକୁ ଖଣ୍ଡ ଖଣ୍ଡ କରିଦେବୁ । ଗୋଟିଏ ଲୋକ ରହିବେନି । ନବୀନ ପଟ୍ଟନାୟକ ମଧ୍ୟ ପଳେଇ ଆସିବେ ।