Odia News Portal

ଉଦଘାଟିତ ହେଲା ଭୁବନେଶ୍ବର ନବନିର୍ମିତ ଜୁଡ଼ିସିଆଲ କମ୍ପେ୍ଲକ୍ସ, ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ବର ନବନିର୍ମିତ ଜୁଡ଼ିସିଆଲ କମ୍ପେ୍ଲକ୍ସକୁ ଉଦଘାଟନ କରିଥିଲେ। ଉଦଘାଟନ ଉତ୍ସବରେ ରାଜ୍ୟପାଳ ରଘୁବର ଦାସ ଏବଂ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ଉପସ୍ଥିତ ଥିଲେ।

ଗୁରୁବାର ଉଦଘାଟିତ ହୋଇଥିବା ବିଚାର ବିଭାଗୀୟ କୋଠାକୁ ରଙ୍ଗବେରଙ୍ଗ ଆଲୋକମାଳା ଓ ଫୁଲରେ କୋଠାକୁ ଆକର୍ଷିତ କରାଯାଇଛି। ରାଷ୍ଟ୍ରପତିଙ୍କ ଏହି କାର୍ଯ୍ୟକ୍ରମକୁ ସ୍ମରଣୀୟ କରିବା ପାଇଁ ଉଚ୍ଚନ୍ୟାୟାଳୟ ଓ ଖୋର୍ଦ୍ଧା ଜିଲା ନ୍ୟାୟିକ ପରିସର ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିଲା। କୋଠା ପରିସରରେ କମିସନରେଟ ପୁଲିସ ପକ୍ଷରୁ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ବିଚାରପତିଙ୍କ ପାଇଁ ଅସ୍ଥାୟୀ ରହଣିସ୍ଥଳ ନିର୍ମାଣ ହୋଇଛି।

ଆଜି ରାଷ୍ଟ୍ରପତି  ଦ୍ରୌପଦୀ ମୁର୍ମୁ ନ୍ୟାୟିକ ପରିସରରେ ପହଞ୍ଚି ଉଦ୍‌ଘାଟନ କରିଥିଲେ। ପ୍ରବେଶ ପଥରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଲୋକାର୍ପଣ କରିବା ପରେ ବିଚାରପତି ତଥା ବରିଷ୍ଠ ଅଧିକାରୀଙ୍କ ସହ ଫଟୋ ଉତ୍ତୋଳନ କରି ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ ଖେଳ ପଡ଼ିଆସ୍ଥିତ ସଭାସ୍ଥଳକୁ ଯାଇଥିଲେ। ରାଷ୍ଟ୍ରପତିଙ୍କ ସମେତ ରାଜ୍ୟପାଳ ରଘୁବର ଦାସ, ଉଚ୍ଚନ୍ୟାୟାଳୟ ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂ, ଖୋର୍ଦ୍ଧାଜିଲା ବିଚାରପତି (ପ୍ରଶାସନିକ) ସଙ୍ଗମ କୁମାର ସାହୁ ଉପସ୍ଥିତଥିଲେ।

ଏହି ଅବସରରେ ବିଚାର ବିଭାଗୀୟ କୋଠାର ଗୋଟିଏ ମଡେଲ ରାଷ୍ଟ୍ରପତିଙ୍କୁ ଉପହାର ସ୍ବରୂପ ପ୍ରଦାନ କରାଯାଇଥିଲା। ଏହାସହିତ ବିଚାର ବିଭାଗୀୟ କୋଠାରେ କ’ଣ ସବୁ ସୁବିଧା ରହିଛି ତା’ର ଭିଡ଼ିଓ ପ୍ରଦର୍ଶନ କରାଯାଇଥିଲା। ସଭାସ୍ଥଳ ସାମ୍ନାରେ ୭୦୦ ଆଇନଜୀବୀ ସହିତ ଉଚ୍ଚନ୍ୟାୟାଳୟ ବିଚାରପତି ତଥା ନିମନ୍ତ୍ରିତ ଅତିଥିଙ୍କୁ ମିଶାଇ ୨୫୦ ଜଣ ବସିବା ପାଇଁ ବ୍ୟବସ୍ଥା ହୋଇଥିଲା। ସଭାସ୍ଥଳକୁ ଯାଇନଥିବା ଆଇନଜୀବୀଙ୍କ ପାଇଁ ବିଜେବି କଲେଜ ବାସ୍କେଟବଲ ଖେଳ ପଡ଼ିଆରେ ବସିବା ପାଇଁ ୧୦୦୦ ସିଟ୍‌ ବ୍ୟବସ୍ଥା କରାଯାଇଥିଲା।