ରାଜ୍ୟରେ ପାନୀୟ ଜଳ ସମସ୍ୟା ସମ୍ପର୍କ ରେ ଆଜି ବିଧାନସଭା ରେ କାର୍ଯ୍ୟକ୍ରମ ଚାଲିଥିବା ବେଳେ ବିଜେଡି ର ବରିଷ୍ଟ ବିଧାୟକ ବଦ୍ରିନାରାୟଣ ପାତ୍ର ଏକ ବିସ୍ପୋରକ ମନ୍ତବ୍ୟ ଦେଇଛନ୍ତି l
ସେ ଅଭିଯୋଗ କରିଛନ୍ତି ଯେ ରାଜ୍ୟରେ ପୂର୍ବରୁ କାର୍ଯ୍ୟକାରୀ ହୋଇଥିବା ପାନୀୟ ଜଳ ପ୍ରକଳ୍ପ ସମ୍ପୂର୍ଣ ନହେବା ଫଳରେ ବିଧାୟକ ପାର୍ଥୀ ମାନେ ଲୋକଙ୍କର ଆକ୍ରୋଶ ର ଶିକାର ହୋଇଥିଲେ l ଏହି ପାନୀୟ ଜଳ ପ୍ରକଳ୍ପ ନିର୍ବାଚନ ପୂର୍ବରୁ ନାସାରିବା ଯୋଗୁ ବିଜେଡି ର ବହୁ ବିଧାୟକ ଅଳ୍ପ ଭୋଟ ବ୍ୟବଧାନ ରେ ପରାଜିତ ହୋଇଛନ୍ତି l ସେ ନିଜେ ମଧ୍ୟ ଗତ ନିର୍ବାଚନ ରେ ଏହା ଅନୁଭବ କରିଛନ୍ତି ବୋଲି ଗୃହରେ କହିଥିଲେ l ସେ ଆହୁରି କହିଥିଲେ ଯେ ଲୋକଙ୍କୁ ପ୍ରତିଶୃତି ଦିଆଯାଇଥିଲା ନିର୍ବାଚନ ପୂର୍ବରୁ ପ୍ରକଳ୍ପ ସରିବ ତାହା ନାସାରିବା ଯୋଗୁ ବିଜେଡି ବିଧାୟକ ପାର୍ଥୀ ମାନେ ଲୋକଙ୍କ ଆକ୍ରୋଶ ର ଶିକାର ହୋଇଥିଲେ l