ସମ୍ବଲପୁର ବୁର୍ଲା ଭୀମସାରରୁ ନବଜାତ ଶିଶୁ ଚୋରି ଘଟଣା କାଲି ଅଭିଯୋଗ ସାମ୍ନାକୁ ଆସିଥିଲା । ଆଜି ପୋଲିସ ର ଯାଞ୍ଚ ପରେ ସାମ୍ନାକୁ ଆସିଛି ଦ୍ବିତୀୟ ସିସିଟିଭ ଫୁଟେଜ। କିନ୍ତୁ ନବଜାତ ଶିଶୁ ଚୋରି ଘଟଣା ୨ ଦିନ ହେଲେ ବି ଏ ଯାଏଁ ଚୋରର ପତ୍ତା ଖୋଜି ପାଉନି ପୋଲିସ । ପ୍ରସୂତି ବିଭାଗରୁ ଶିଶୁ ଚୋରି କରି ନେଉଥିବାର ସିସିଟିଭି ଭିଜୁଆଲ ଅନୁିସାରେ ଚାରିଟି ଟିମ୍ ଗଠନ କରିଛି ପୋଲିସ। ୩ ଦିନର ନବଜାତ ଶିଶୁକୁ ଚୋରି କରି ନିଆଯାଇଥିବା ଅଭିଯୋଗ କାଲି ହୋଇଥିଲା । ଛତିଶଗଡରୁ ଆସି ଭୀମସାର ମହିଳା ଓ ଶିଶୁ ୱାର୍ଡରେ ଭର୍ତ୍ତି ହୋଇଥିଲେ ମହିଳା । ରବିବାର ଦିନ ତାଙ୍କର ଏକ ଶିଶୁ ପୁତ୍ର ଜନ୍ମ ହୋଇଥିଲା । ତେବେ ଭଉଣୀଙ୍କ ସହ ସମ୍ପର୍କ ବଢାଇ ଜଣେ ମହିଳା ତାଙ୍କ ନିକଟରୁ ବାରମ୍ବାର ଆସୁଥିଲେ । ସେହି ମହିଳା ହିଁ ତାଙ୍କ ଶିଶୁ ପୁତ୍ରକୁ ଚୋରି କରି ନେଇଥିବା ଶିଶୁର ମାଆ ଅଭିଯୋଗ କରିଥିଲେ। ଘଟଣାସ୍ଥଳରେ ଭୀମସାର ଅଧିକାରୀ ଓ ପୋଲିସ ପହଞ୍ଚି ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିଥିଲେ । ସିସିଟିଭିରେ ମହିଳାଙ୍କୁ ଚିହ୍ନଟ କରିଥିଲେ ଶିଶୁର ମାଆ । ଅନ୍ୟପଟେ ଏହି ଘଟଣାରେ ୪ଟି ଟିମ୍ ଗଠନ କରିଛି ସମ୍ବଲପୁର ପୋଲିସ। ରାଜ୍ୟ ବାହାରକୁ ମଧ୍ୟ ଯିବ ଗୋଟିଏ ଟିମ୍। ଓଡ଼ିଶା, ଛତିଶଗଡ ସୀମା ସିଲ କରିଛି ପୋଲିସ।