Odia News Portal

ଯୋଗାଣ ମନ୍ତ୍ରୀଙ୍କ କଡା ଚେତାବନୀ

ବିଭିନ୍ନ ସ୍ଥାନରେ ମିଲର ମାନେ ସିଧାସଳଖ ଚାଷୀଙ୍କଠୁ କମ ଦାମରେ ଧାନ କିଣି ମହଜୁଦ କରି ରଖିବା ପ୍ରସଙ୍ଗରେ କଡା ଆଭିମୁଖ୍ୟ ଜାହିର କଲା ଯୋଗାଣ ବିଭାଗ । ବିଭାଗୀୟ ମନ୍ତ୍ରୀ କୃଷ୍ଣ ପାତ୍ର ମିଲର ମାନଙ୍କୁ ଚେତାବନୀ ଦେଇ କହିଛନ୍ତି ସିଧାସଳଖ ମିଲର ମାନେ କୃଷକଙ୍କ ନିକଟରୁ ଧାନ କିଣି ପାରିବେ ନାହିଁ ।

କେବଳ ସରକାରଙ୍କ ଦ୍ଵାରା ସ୍ଥିରୀକୃତ ମଣ୍ଡି ରୁ ଧାର୍ଯ୍ୟ ଦରରେ ଧାନ କିଣିବେ।

ସିଧାସଳଖ ମିଲରଙ୍କ ପାଖକୁ ଧାନ ଯିବ ନାହିଁ । ଯଦି ମିଲର ସିଧାସଳଖ ଧାନ କିଣିବେ ସେ ମିଲକୁ ସିଲ କରି ଦିଆଯିବ । କଡ଼ା ଆକ୍ସନ ନିଆଯିବ । ସେହି ମିଲକୁ କଳା ତାଲିକା ଭୁକ୍ତ କରାଯିବ , ସେ ଆଉ ବେପାର କରି ପାରିବ ନାହିଁ ।ନୂଆପଡ଼ାରେ ସେମିତି ଘଟଣା ସାମ୍ନାକୁ ଆସିଥିଲା ମିଲ ମାଲିକ ମଣ୍ଡିରୁ ଧାନ ନ କିଣି ୫୦୦ କୁଇଣ୍ଟାଲ ଧାନ ୧୭୦୦ ଟଙ୍କାରେ କିଣି ମହଜୁଦ ରଖିଥିଲା ତାକୁ ସିଲ କରାଯାଇଛି । ଆଗକୁ ଏମିତି ଯିଏ ବି କାମ କରିବ ତା ଉପରେ କଡା ଆକ୍ସନ ନେବେ ରାଜ୍ୟ ସରକାର । ଚାଷୀ ମାନେ ଧାନ ବିକିବା ପାଇଁ ତରତର ହେଇ ଯାଉଥିବାରୁ ତାର ସୁଯୋଗ ଦଲାଲ ମାନେ ନେଉଛନ୍ତି ।ତେଣୁ ଚାଷୀ ମାନଙ୍କୁ ଅପିଲ କରୁଛି ଟୋକନ ଯେଉଁ ସମୟରେ ଦିଆ ଯାଉଛି ସେହି ସମୟରେ ଧାନ ମଣ୍ଡିକୁ ଆଣନ୍ତୁ । ସରକାର ସେହି ଦିନ ହିଁ ତାଙ୍କ ଠୁ ଧାନ କିଣିନେବେ । ସେମାନଙ୍କ ଧାନ ମଣ୍ଡିରେ ପଡ଼ି ରହିବ ନାହିଁ ,ଏଥିସହ ସେ କହିଛନ୍ତି ଏବେ ବି ଅଭାବୀ ବିକ୍ରି ହେଉଛି ।ଧାନ କିଣାଯିବା ଯାଏଁ ସେମାନେ ଅପେକ୍ଷା କରି ରହି ପାରୁନାହାନ୍ତି । ମିଡିଲ ମ୍ୟାନ ତାଙ୍କ ପାଖେ ପହଂଚି ଯାଉଛନ୍ତି । ପୂର୍ବରୁ ଏହି ଯୋଗାଣ ବିଭାଗରେ ବହୁତ୍ କେଳାଙ୍କାରି ଚାଲୁଥିଲା ଏ ସରକାରରେ ଚାଲିବ ନାହିଁ ।

ସରକାର ପରିବର୍ତ୍ତନ ସହିତ ମାନସିକତାରେ ପରିବର୍ତ୍ତନ ଆସିବା ଦରକାର । ଦୁର୍ନୀତିକୁ ସହିବନି ଏଇ ସରକାର । ଏହା ନବୀନ ପଟ୍ଟନାୟକଙ୍କ ସରକାର ନୁହେଁ ମୋହନ ମାଝୀଙ୍କ ସରକାର । ଏଠି ଦୁର୍ନୀତି ଭ୍ରଷ୍ଟାଚାର ପ୍ରତି ଶୁନ୍ୟ ସହଶୀଳତା । ଯିଏ ବି ହେଉ କାର୍ଯ୍ୟାନୁଷ୍ଠାନ ହେବ ।ମିଲ ମାଲିକ ହେଉ କି ଅଧିକାରୀ । ସରକାର ସ୍ପଷ୍ଟ କରିଛନ୍ତି, ଏ ସରକାର କୃଷକଙ୍କ ପାଇଁ ଆସିଛି । କୃଷକଙ୍କ ସରକାର ପ୍ରତି ମଣ୍ଡିରେ ସର୍ବନିମ୍ନ ବ୍ୟବସ୍ଥା କରାଯିବ । ଆବଶ୍ୟକ ପଡିଲେ ଚାଷୀଙ୍କୁ ରୋଷେଇ କରି ଖାଇବାକୁ ଦିଆଯିବ । ଯୁଗ ପରିବର୍ତ୍ତନ ସହ ସରକାରଙ୍କ ଆଭିମୁଖ୍ୟ ପରିବର୍ତ୍ତନ ହେଇଛି ।ଏଠି ବଡ଼ ବଡ଼ ଅଧିକାରୀ ଭ୍ରାଷ୍ଟଚରରେ ଲିପ୍ତ ଅଛନ୍ତି । ଅନେକ ମିଲର୍ ମଧ୍ୟ ଦୁର୍ନୀତିରେ ସାମିଲ ।ଯୋଗାଣ ସମିତିର କର୍ମଚାରୀଙ୍କୁ ଆହ୍ବାନ ଦେଲେ ମନ୍ତ୍ରୀ । ମୁଁ ଜିଲ୍ଲା ବୁଲିଲା ବେଳେ ଦେଖିଲେ କଡା କାର୍ଯ୍ୟାନୁଷ୍ଠାନ ହେବ, ପ୍ରତ୍ୟେକ ସଦସ୍ୟ ମଣ୍ଡିର ଦାୟିତ୍ବ ନିଅନ୍ତୁ । ଯାହା ଦ୍ଵାରା କେହି ଜଣେ ବି ମିଡ଼ିଲ ମ୍ୟାନ ସଫଳ ହେବନି ଘୋଟାଲା କରିବାକୁ । ୨୦ ରେ ଧନକିଣା ପୂର୍ବରୁ ୧୯ ତାରିଖ ଦିନ ଗୋଟେ ସ୍ଥାନରେ ଧାନ କିଣା ହୋଇଥିବା ଖବର ପାଇଲି । ୧୭୦୦ ଟଙ୍କାରେ କିଣା ହୋଇଥିଲା , ସଙ୍ଗେ ସଙ୍ଗେ ତାକୁ ସିଲ କରାଗଲା ।