Odia News Portal

ଆରପାରିକୁ ଚାଲିଗଲେ ପୂର୍ବତନ ମନ୍ତ୍ରୀ ସମୀର ଦେ

ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ’ ଙ୍କ ପରଲୋକ ଘଟିଛି । ୬୭ ବର୍ଷ ବୟସରେ କଟକର  ଏକ ଘରୋଇ ହସ୍ପିଟାଲରେ ଚିକିସ୍ଛାଧୀନ ଅବସ୍ଥାରେ ସମୀର ଦେଙ୍କର ଦେହାନ୍ତ ହୋଇଛି । ଏନେଇ ଘରୋଇ ହସ୍ପିଟାଲ ଡାକ୍ତରଙ୍କ  ସୂଚନା ରହିଛି । ନିମୋନିଆ , କିଡନୀ, ରକ୍ତଚାପ ଜନିତ ରୋଗରେ ଆକ୍ରାନ୍ତ ଥିଲେ । ଗୁରୁତର ଅବସ୍ଥାରେ ଚିକିସ୍ଛାଧୀନ ଥିଲେ ସମୀର ଦେ । ଫୁସଫୁସ ଜନିତ ସଂକ୍ରମଣରେ ସେ ଆକ୍ରାନ୍ତ ହୋଇ ଚିକିସ୍ଛାଧୀନ ରହିଥିଲେ । କିନ୍ତୁ  ଏବେ ଚାରିଆଡେ ଶୋକର ଛାୟା ଖେଳିଯାଇଛି । ମେଣ୍ଟ ସରକାରରେ ମନ୍ତ୍ରୀ ଥିଲେ ସମୀର ଦେ’ । ନଗର ଉନ୍ନୟନ ଓ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଥିଲେ ।

କଟକର ଟାଣୁଆ ନେତା ତଥା ପୂର୍ବତନ ନଗର ଉନ୍ନୟନ ଓ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ସମୀର ଦେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ନିମୋନିଆ, କିଡ୍‌ନୀ, ରକ୍ତଚାପ ଜନିତ ରୋଗରେ ଆକ୍ରାନ୍ତ ହୋଇଥିଲେ। ଡାକ୍ତରଙ୍କ ଆପ୍ରାଣ ଉଦ୍ୟମ ସତ୍ତ୍ୱେ ଆଜି ଆଖି ବୁଜିଛନ୍ତି ବିଜେପିର ଏହି ଭେଟ୍‌ରାନ୍‌ ନେତା। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।

ସମୀର ଦେ ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ବିଜେପି ଟିକେଟରେ କଟକ ସିଟି ବିଧାନସଭା ଆସନରୁ ଲଗାତାର ତିନି ଥର ବିଜୟୀ ହୋଇଥିଲେ। ୧୯୯୫, ୨୦୦୦ ଓ ୨୦୦୪ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲେ ସମୀର ଦେ। ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ସେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ମେଣ୍ଟ ସରକାରରେ ନଗର ଉନ୍ନୟନ ମନ୍ତ୍ରୀ ଥିଲେ। ସେହିପରି ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ସେ ଉଚ୍ଚଶିକ୍ଷା ମନ୍ତ୍ରୀ ହୋଇଥିଲେ।