ବଢ଼ିଲା କଟକ ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସମୟ। ବିବାଦ ପରେ ୩୦ ମିନିଟ ବୃଦ୍ଧି ହେଲ ସାଂସ୍କୃତିକ କାର୍ଯ୍ୟକ୍ରମ ଅବଧି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହସ୍ତକ୍ଷେପ ପରେ ଆଉ ଅଧ ଘଣ୍ଟା ସମୟ ବୃଦ୍ଧି କରାଯାଇଛି। ଏଣିକି ରାତି ୧୦ଟା ପରିବର୍ତ୍ତେ ୧୦ଟା ୩୦ ଯାଏଁ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲି ପାରିବ ।
ବାଲିଯାତ୍ରା କଟକ ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ବାଧା ନ ଉପୁଜିବା ଉଦେଶ୍ୟରେ ମୁଖ୍ୟମନ୍ତ୍ରୀ, କଟକ ଜିଲାପାଳ ଓ ପୋଲିସ କମିଶନରଙ୍କ ସହ ଆଲୋଚନା କରିଛନ୍ତି। ନିର୍ଦ୍ଦେଶ ଅନୁସାରେ, କଟକ ଜିଲାପାଳ ବାଲିଯାତ୍ରା ସାଂସ୍କୃତିକ କାର୍ଯ୍ୟକ୍ରମ ସମୟରେ ଆଉ ଅଧ ଘଣ୍ଟା ଅଧିକ ବଢାଇବା ସହିତ ଡାକଵାଜି ଯନ୍ତ୍ର ବ୍ୟବହାରକୁ ଅନୁମତି ଦେଇଛନ୍ତି।