Odia News Portal

ବିଦେଶ ଗସ୍ତରେ ଯିବେ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ୧୬ ତାରିଖରେ ବିଦେଶ ଗସ୍ତ କରିବେ ।  ୧୬ରୁ ୨୧ ତାରିଖ ପର୍ଯ୍ୟନ୍ତ  ୬ ଦିନିଆ ନାଇଜେରିଆ, ବ୍ରାଜିଲ ଓ ଗୁଏନା ଗସ୍ତରେ ଯିବେ । ପ୍ରଥମେ ମୋଦୀ ୧୬ ଓ ୧୭ ତାରିଖ  ନାଇଜେରିଆ ଗସ୍ତରେ ଯିବେ । ସେଠାକାର  ରାଷ୍ଟ୍ରପତିଙ୍କ ନିମନ୍ତ୍ରଣରେ  ମୋଦୀ ଏହି ଗସ୍ତ କରୁଛନ୍ତି । ପ୍ରଧାମନ୍ତ୍ରୀ ବ୍ରାଜିଲରେ ଆୟୋଜିତ ହେବାକୁ ଥିବା  ଜି-୨୦ ଶିଖର ସମ୍ମିଳନୀରେ  ଯୋଗ ଦେବେ । ଏଥିପାଇଁ ପ୍ରଧାନମନ୍ତ୍ରୀ ନଭେମ୍ବର  ୧୮ – ୧୯ରେ ବ୍ରାଜିଲ ଗସ୍ତରେ ଯିବେ ।  ସମ୍ମିଳନାରେ ବୈଶ୍ୱିକ ପ୍ରସଙ୍ଗରେ  ଭାରତର  ପକ୍ଷ ଉପସ୍ଥାପନ କରିବେ ।  ଏହା ପରେ ଆଫ୍ରିକୀୟ ଦେଶ ନାଇଜେରିଆ ଓ  ଦକ୍ଷିଣ ଆମେରିକିୟ  ଦେଶ ଗୁଏନ ଯାତ୍ରା କରିବେ ।  ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ନଭେମ୍ବର ୧୯ରୁ ୨୧ ପର୍ଯ୍ୟନ୍ତ ଗୁଏନାର ରାଜକୀୟ ଯାତ୍ରାରେ ରହିବେ ।  ରାଷ୍ଟ୍ରପତି ମହମ୍ମଦ  ଇରଫାନ ଅଲ୍ଲୀଙ୍କ ନିୟନ୍ତ୍ରଣ କ୍ରମେ  ପ୍ରଧାନମନ୍ତ୍ରୀ  ମୋଦୀ ଗୁଏନାର ବରିଷ୍ଠ ନେତାଙ୍କୁ ଭେଟିବା ସହିତ ସାଂସଦ ଓ ପ୍ରବାସୀ ଭାରତୀୟଙ୍କ ଏକ ସଭାକୁ  ସମ୍ବୋଧନ କରିବେ ।