ସୁଭଦ୍ରା ଯୋଜନା ନେଇ ବଡ ଅପଡେଟ୍ ସାମ୍ନାକୁ ଆସିଛି । ଯେଉଁମାନଙ୍କର ବ୍ୟାଙ୍କ ଆକାଉଣ୍ଟରେ ସମସ୍ୟା ରହିଛି ସେମାନଙ୍କର ଲିଷ୍ଟ ଜାରି କରିଛନ୍ତି ରାଜ୍ୟ ସରକାର । କାହାର କେଉଁ ସମସ୍ୟା ରହିଛି ସେନେଇ ଏକ PDF ଜରିଆରେ ସବିଶେଷ ବିବରଣୀ ଦିଆଯାଇଛି । ଯେଉଁମାନେ ସୁଭଦ୍ରା ଟଙ୍କା ନଆସିବାକୁ ନେଇ ଚିନ୍ତାରେ ରହିଛନ୍ତି ସେମାନେ ଏହି ତଥ୍ୟ ଜରିଆରେ ତ୍ରୁଟିକୁ ସୁଧାରି ପାରିବେ ।
ପ୍ରଥମେ ସୁଭଦ୍ରା ଯୋଜନା ପୋର୍ଟାଲକୁ ଯାଆନ୍ତୁ । ଏହାପରେ ତଳକୁ ସ୍କ୍ରଲ କରି ବ୍ୟାଙ୍କ ଆକାଉଣ୍ଟ ସଚଳ କିମ୍ବା ଅପଡେଟ୍ ଆବଶ୍ୟକ ତାଲିକାକୁ କ୍ଲିକ କରନ୍ତୁ । ଏହାପରେ NPCI ରିଜେକ୍ଟ ତାଲିକା ଆସିବ । ଏହି ଲିଷ୍ଟ ଦେଖିବା ପାଇଁ 3ଗୋଟି ବିବରଣୀ ଦେବାକୁ ହେବ । ଜିଲ୍ଲା, ବ୍ଲକ ଏବଂ ଓ୍ବାର୍ଡ ଫିଲଅପ କରିବାକୁ ହେବ । ଏହାପରେ ଏଣ୍ଟର ଅପ୍ସନ କ୍ଲିକ କରିବା ପରେ ଏନପିସିଆଇ ବିଫଳତା ତାଲିକା ଆସିବ । ଏକ ପିଡିଏଫ ପାଇଲେ ଆସିଲେ ପ୍ରଥମେ ତାହାକୁ ଡାଉନଲୋଡ କରନ୍ତୁ । ଏହି ଫାଇଲରେ ଗ୍ରାମ, ଆପ୍ଲିକେସନ ଆଇଡି, ନାମ , ସ୍ବାମୀ କିମ୍ବା ବାପାଙ୍କ ନାମ ଏବଂ ଏନପିସିଆଇ ଷ୍ଟାଟସ ଦେଖାଯିବ । କେଉଁ କାରଣ ପାଇଁ ରିଜେକ୍ଟ ହୋଇଛି ତାହା ମଧ୍ୟ ଏନସିପିଆଇ ଷ୍ଚାଟସରେ ଉଲ୍ଲେଖ କରାଯାଇଛି । ତେବେ ଅଧିକାଂଶ ମହିଳାଙ୍କର ଆଧାରରେ ସମସ୍ୟା ଦେଖାଯାଇଛି ।