କଟକ ଲଜ୍ଜା ଘଟଣା ଏବେ ଚାରିଆଡେ ଚାଞ୍ଚଲ୍ୟ ଖେଳିଯାଇଛି । ଏନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି , ମହିଳା ଜନିତ ଆକ୍ରମଣ ହେଉ କିମ୍ବା ନିର୍ଯ୍ୟାତନା ଏସବୁ ଘଟଣା ପାଇଁ ସରକାର କଠୋରରୁ କଠୋର କାର୍ୟ୍ୟାନୁଷ୍ଠାନ ଦେବାର ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି । ଆଗାମୀ ଦିନ ମାନଙ୍କରେ କୌଣସି ବ୍ୟକ୍ତି ଏଭଳି କାର୍ୟ୍ୟ କିଭଳି ନ କରିବ ସେଥିପାଇଁ ଯାହା କାର୍ୟ୍ୟାନୁଷ୍ଠାନ ନେବା କଥା ସରକାର ତାହା ସମ୍ପୁର୍ଣ୍ଣ ରୂପେ ପ୍ରସ୍ତୁତ ଅଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ପୁଲିସ ବିଭାଗକୁ ନିର୍ଦ୍ଦେଶ ଦେଇ ସାରିଛନ୍ତି । ନିର୍ଯ୍ୟାତନା ଏବଂ ଦୁଷ୍କର୍ମ କିଭଳି ନହେବ ଏସବୁରେ ପ୍ରାଥମିକ ଦୃଷ୍ଟି ରଖିଛନ୍ତି ରାଜ୍ୟ ସରକାର ।