ମଣ୍ଡି ଜଗିବେ ବିଜେପି କୃଷକ ମୋର୍ଚ୍ଚା । ଆଉ ହଇରାଣ ହରକତ ହେବେନି ଚାଷୀ । ମିଲରଙ୍କ ଶୋଷଣର ଶିକାର ହେବେ ନାହିଁ ଚାଷୀ । ଏନେଇ ବୈଠକ ପ୍ରସ୍ତୁତି କରିଛି ବିଜେପି କୃଷକ ମୋର୍ଚ୍ଚା । ମତ୍ସ୍ୟ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ବୈଠକରେ ଯୋଗ ଦେଇ କୃଷକ ମୋର୍ଚ୍ଚା କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି , ଚାଷୀ ଓ ସରକାରଙ୍କ ସେତୁ ଭଳି କାମ କରିବା କୃଷକ ମୋର୍ଚ୍ଚା । ପ୍ରଥମ ଥର କରି ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ଦେଉଥିବାରୁ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି କୃଷକ ମୋର୍ଚ୍ଚା ।