Odia News Portal

ଆସିଲା ବାତ୍ୟା `ଦାନା’ର କ୍ଷୟକ୍ଷତି ରିପୋର୍ଟ

ବାତ୍ୟା ଦାନା କ୍ଷୟକ୍ଷତି ରିପୋର୍ଟ ଆସିଲା । ଜିଲ୍ଲା ସ୍ତରରୁ ଆସିଥିବା କ୍ଷୟକ୍ଷତି ରିପୋର୍ଟ ପାଇଲେ ରାଜ୍ୟସରକାର । କ୍ଷୟକ୍ଷତି ରିପୋର୍ଟ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା । ପ୍ରାଥମିକ ଆକଳନ ଅନୁସାରେ କ୍ଷତି ପ୍ରାୟ ୬୦୦ କୋଟି । ବାଲେଶ୍ୱର , ଭଦ୍ରକ , କେନ୍ଦ୍ରାପଡା ଜିଲ୍ଲାରେ ବେଶୀ କ୍ଷୟଗ୍ରସ୍ତ ହୋଇଥିବା ନେଇ ସୂଚନା । ପଞ୍ଚାୟତିରାଜ ବିଭାଗ ଛଡା ଅନ୍ୟ ସବୁ ବିଭାଗ ରିପୋର୍ଟ ଆସିଛି । ସନ୍ଧ୍ୟା ସୁଦ୍ଧା ସବୁ ରିପୋର୍ଟ ମିଳିଲା ପରେ ଚୂଡାନ୍ତ ହିସାବ କରାଯିବା ନେଇ କହିଛନ୍ତି ମନ୍ତ୍ରୀ । ମୋଟାମୋଟି ଭାବେ ୧୪ ଜିଲ୍ଲାର ୧୩୧ ଟି ବ୍ଲକ ପ୍ରଭାବିତ ହୋଇଛି। ୧୧ , ୬୩୭ ଗାଁର ୪୧ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ନେଇ ରାଜସ୍ୱ ମନ୍ତ୍ରୀ ଆଜି ସୂଚନା ଦେଇଛନ୍ତି ।