ନୂଆ ବର୍ଷରୁ ରତ୍ନ ଭଣ୍ଡାରର ଗଣତି ମଣତି। ଜିପିଆର ସର୍ଭେର ଚୁଡାନ୍ତ ରିପୋର୍ଟ ଖୁବ୍ ଶୀଘ୍ର ଆସିବ। ପ୍ରାଥମିକ ଆଲୋଚନାରୁ କୌଣସି ଗୁପ୍ତ କୋଠାରୀ ବା ସୁଡଙ୍ଗ ନଥିବା ପ୍ରାୟତଃ ଜଣା ପଡିଛି। ଚୁଡାନ୍ତ ରିପୋର୍ଟକୁ ଆମେ ଅପେକ୍ଷା କରିଥିବା କହିଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ।
ସେ କହିଛନ୍ତି ,କାର୍ତ୍ତିକ ମାସ ଚାଲିଥିବାରୁ ଶ୍ରୀ ମନ୍ଦିର ଭିଡ ରହିଚି। କାର୍ତ୍ତିକ ପରେ ରତ୍ନ ଭଣ୍ଡାର ମରାମତି ହେବ। ରତ୍ନ ଭଣ୍ଡାରରେ ଫାଟ ରହିଥିବା ସ୍ପଷ୍ଟ ହୋଇଛି। କାର୍ତ୍ତିକ ମାସ ପରେ ଏକ ମାସ ଧରି ମରାମତି କାମ କରିବ ଏଏସଆଇ। ମରାମତି ହେବା ପରେ ରତ୍ନ ଅଳଙ୍କାର ଗଣତି କରାଯିବ। ପୁରୁଣା ତାଲିକା ସହ ମ୍ୟାଚ କରଯାଇ ୭ ଦିନ ଭିତରେ ରିପୋର୍ଟ ପ୍ରକାଶ କରାଯିବ।