ପୁରୀ ରେଲୱେ ଷ୍ଟେସନରୁ ୧୫୦ ଟି ଜୀବନ୍ତ ଗୁଳି ଉଦ୍ଧାର କରିଛି ରେଳବାଇ ପୋଲିସ । ନୂଆଦିଲ୍ଲୀ ପୁରୀ
ପୁରୁଷୋତ୍ତମ ଏକ୍ସପ୍ରେସ ଏସ୍ ୨ ସ୍ଲିପର କୋଚ ବଗିର ସିଟ ତଲୁ ଏକ କଳା ରଙ୍ଗର ବ୍ୟାଗ ମଧ୍ୟରୁ ଆରଫିଏଫ ପୋଲିସ ଜୀବନ୍ତ ଗୁଳି ଗଡିକୁ ଜବତ କରିଛି। ଏ ନେଇ ଆରପିଏଫ ପକ୍ଷରୁ ଜି ଆରପି ପୋଲିସ କୁ ଅବଗତ କରାଯିବା ପରେ ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଅନୁସନ୍ଦାନ ଆରମ୍ଭ କରିଛି । ମିଳିଥିବା ସୂଚନା ଅନୁସାରେ ଦୀପାବଳି ଯାଞ୍ଚକୁ ଦୃଷ୍ଟିରେ ରଖି ଆରପିଏଫ କର୍ମଚାରି କର୍ମଚାରୀମାନେ ଷ୍ଟେସନ୍ରେ ରହିଥିବା ଟ୍ରେନ ର ବଗି କୁଡିକୁ ଯାଞ୍ଚ କରାଯାଉଛି। ତେବେ ଆରଫିଏଫ ବିଭାଗରେ ଏଏସ୍ଆଇ ଭାବେ କାର୍ଯ୍ୟ କରୁଥିବା ଦୀପକ କୁମାର ପଟ୍ଟନାୟକ କିଛି କର୍ମଚାରୀଙ୍କୁ ଧରି ପୁରୀ ରେଳ ଷ୍ଟେସନର କୋଚିଂ ଡିପୋ ଏବଂ ପ୍ଲାଟଫର୍ମ ର ତଦାରଖ ପାଇଁ ବି ସିଫ୍ଟ ଡ୍ୟୁଟି କରୁଥିଲେ । ଡ୍ୟୁଟି ସମୟରେ ସେ କୋଚିଂ ଡିପୋ ସୁଇପରଙ୍କଠାରୁ ସେ ସୂଚନା ପାଇଲେ କି
ପୁରୁଷତ୍ତୋମ ଏକ୍ସପ୍ରେସ ଟ୍ରେନ୍ ନଂ ୧୨୮୦୨ ର ଏସ୍ ୨ କୋଚିଂର ୭୩ ରେ ସିଟ୍ ତଳେ ଏକ କଳା ରଙ୍ଗର ବ୍ୟାଗ ପଡ଼ିଛି । ଖବର ପାଇ ଶ୍ରୀ ପଟ୍ଟନାୟକ ଓ ଅନ୍ୟ କର୍ମଚାମୀ ମାନେ ଘଟଣା ସ୍ଥଳକୁ ଯାଇ ଦେଖିଥିଲେ କି ଏକ କଳା ରଙ୍ଗର ଛୋଟ ହାତ ବ୍ୟାଗ ଉକ୍ତ ବଗିର ୭୩ ନମ୍ୱର ଟ୍ରେନ ସିଟରେ ପଡ଼ିଛି । ଏନେଇ ଶ୍ରୀ ପଟ୍ଟନାୟକ ଉପରିସ୍ଥ ଅଧିକାରି ଙ୍କୁ ଜଣାଇବା ସହ ବ୍ୟାଗ୍ ଖୋଲାଯାଇଥିଲା। ବ୍ୟାଗରେ ୧୫ ପକେଟ୍ ମିଳିଥିଲା। ପ୍ରତ୍ୟକ ପ୍ୟାକେଟରେ ୮ ଏମ ଏମ ର ଜୀବନ୍ତ ଗୁଳି ରହିଥିଲା। ଏହିପରି ଭାବରେ ୧୫ ଟି ପ୍ୟାକେଟରୁ ୧୦ ଗୋଟି ହିସାବରେ ୧୫୦ ଟି ଜୀବନ୍ତ ଗୁଳିକୁ ରେଳାବାଇ ପୋଲିସ ଜବତ କରିଛି ।ଏଥିସହ ଗୋଟିଏ ହାଲୁକା ଗୋଲାପୀ ରଙ୍ଗର ଫୁଲ ସାର୍ଟ , ଗୋଟିଏ ଧୂସର ରଙ୍ଗର ପ୍ୟାଣ୍ଟ, ଗୋଟିଏ ଧଳା ରଙ୍ଗର ଟାୱେଲ୍ , ଗୋଟିଏ ହାଲୁକା ହଳଦିଆ ରଙ୍ଗର ଚଦର ଓ ଗୋଟିଏ କପଡା ବ୍ୟାଗ୍ କୁ ପୋଲିସ ଜବତ କରିଛି । ତେବେ ଉକ୍ତ ବ୍ୟାଗ କାହାର, କେଉଁ ଉଦେଶ୍ୟରେ ଏତେ ପରିମାଣର ଗୁଳି ସାଥିରେ ଆଣିଛି ସେ ନେଇ ରେଳବାଇ ପୋଲସ ପକ୍ଷରୁ ତଦନ୍ତ କରାଯାଉଛି। ଏନେଇ ରେଳବାଇ ର ଜିଆରପି ପୋଲିସ କେସ ନଂ ୯୦/୨୪ରେ ମାମଲା ରୁଜୁ କରି ଏସ୍ -୨୫ (ଏ -୧) ଆର୍ମ ଆକ୍ଟରେ ତଦନ୍ତ ଆରମ୍ଭ କରିଛି ।
Sign in
Sign in
Recover your password.
A password will be e-mailed to you.