ସ୍ବର୍ଗଦ୍ବାରରେ ଏଣିକି ଶବ ଦାହ ଲାଗି କାଠ ବଦଳରେ ବ୍ୟବହାର ହେବ ଗୋବର ଘସି। ଏନେଇ ଯୋଜନା ପ୍ରସ୍ତୁତି କରୁଛି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ । ଏନେଇ ପ୍ରାରମ୍ଭିକ ଆଲୋଚନା ଆରମ୍ଭ ହୋଇଛି । ଗୋ ସୁରକ୍ଷା, ଗୋ ମୁତ୍ର ଓ ଗୋବରର ସଦୁପଯୋଗ କ୍ଷେତ୍ରରେ ବିଚାରବିମର୍ଶ ପାଇଁ ଗଠିତ ହେବ କମିଟି। ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ। ୫ ଜଣ ମନ୍ତ୍ରୀ ଓ ୫ ଜଣ ସଚିବ କମିଟିର ସଦସ୍ୟ ରହିବେ। ହିନ୍ଦୁ ଶାସ୍ତ୍ର ଅନୁଯାୟୀ, ଗୋବରକୁ ଶବ ଦାହରେ ବ୍ୟବହାର କରାଯିବ। ଏଥିପାଇଁ ସ୍ବର୍ଗଦ୍ବାର କମିଟି ଓ ଗୋଶାଳା କରିଥିବା ବ୍ୟକ୍ତିମାନଙ୍କ ସହ ଆଲୋଚନା କରାଯିବ । ପରେ ଏନେଇ ଖୁବ ଶୀଘ୍ର ବିଚାର ବିମର୍ଶ କରି ପଦକ୍ଷେପ ନେବେ ରାଜ୍ୟ ସରକାର