ମଙ୍ଗଳବାର ଦେଶର ୪୦ଟି ସ୍ଥାନରେ ଅନୁଷ୍ଠିତ ହେବ ନିଯୁକ୍ତିମେଳା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବାହ୍ଣ ସାଢ଼େ ୧୦ଟାରେ ଆଭାସୀ ମାଧ୍ୟମରେ ୫୧,୦୦୦ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ । ଭୁବନେଶ୍ୱରରେ ହେବାକୁ ଥିବା ନିଯୁକ୍ତି ମେଳା କାର୍ଯ୍ୟକ୍ରମରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଅତିଥି ଭାବେ ଯୋଗ ଦେଇ ନିଯୁକ୍ତିପତ୍ର ବଣ୍ଟନ କରିବେ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ରୋଜଗାର ମେଳାକୁ ସମ୍ବୋଧିତ କରିବେ । ନିଯୁକ୍ତି ସୃଷ୍ଟିକୁ ପ୍ରାଥମିକତା ଦେଇ କେନ୍ଦ୍ର ସରକାର ଏଭଳି ଏକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ରାଜସ୍ୱ ବିଭାଗ, ଉଚ୍ଚ ଶିକ୍ଷା, ସୌରାଷ୍ଟ୍ର ମନ୍ତ୍ରଣାଳୟ, ପ୍ରତିରକ୍ଷା ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଭଳି ମନ୍ତ୍ରଣାଳୟରେ ନବନିଯୁକ୍ତମାନେ ସାମିଲ ହେବେ । ନବନିଯୁକ୍ତ କର୍ମଯୋଗୀ ପ୍ରାରମ୍ଭ ମାଧ୍ୟମରେ ତାଲିମ ଗ୍ରହଣର ସୁଯୋଗ ପାଇବେ ।