Odia News Portal

ଗାଁରେ ବୁଲିଛି ମହାବଳ ବାଘ 

ବାଘ ଭୟରେ ଥରହର ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଅଞ୍ଚଳ । ସଞ୍ଜ ନହେଉଣୁ ପଡ଼ିଯାଉଛି ତାଟିକବାଟ । ସାରା ରାତି ଟାୟାର ଜାଳି, ଠେଙ୍ଗା ଧରି ବାଘକୁ ଜଗୁଛନ୍ତି ଲୋକ । ଗଙ୍ଗାପୁର ପଞ୍ଚାୟତର ନରସିଂହଗଡ଼ ଗାଁରେ ବାଘ ବୁଲୁଥିବାନେଇ କିଛି ଲୋକ ଦେଖିବା ପରେ ଆତଙ୍କ ଖେଳିଯାଇଛି । ପାଦଚିହ୍ନ ଏକ ମହାବଳର ହୋଇଥିବା ନେଇ ବନ ବିଭାଗ ସୂଚନା ଦେବାପରେ କୋକୁଆ ଭୟ ଖେଳିଯାଇଛି ।

ବାଘର ଗତିବିଧି ପରିଖିବା ପାଇଁ ବନ ବିଭାଗ ଟ୍ରାପ୍ କ୍ୟାମେରା ଲଗାଇଛି । ତେବେ ଲୋକମାନେ ସନ୍ଧ୍ଯାରୁ ତାଟିକବାଟ ଦେଇ ଘରେ ରହୁଥିବାବେଳେ ଗାଁ ମୁଣ୍ଡରେ ଟାୟାର ଜାଳି ବାଘକୁ ଜଗି ରହିଛନ୍ତି । ତେବେ ବାଘଟି କେଉଁଠୁ ଆସିଛି ଏବଂ ଗତିବିଧି କଣ ରହୁଛି ତାହା ଉପରେ ବନ ବିଭାଗ ନଜର ରଖିଛି ।