Odia News Portal

ସତ୍ୟପାଠ ଦାଖଲ କଲେ ମେଜର ଓ ତାଙ୍କ ବାନ୍ଧବୀ

ଭରତପୁର ଥାନାରେ ମେଜରଙ୍କ ବାନ୍ଧବୀଙ୍କୁ ମାଡ଼ ମରାଯିବା ମାମଲାରେ ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିଶନଙ୍କ ନିକଟରେ ସତ୍ୟପାଠ ଦାଖଲ କଲେ ମେଜର ଓ ତାଙ୍କ ବାନ୍ଧବୀ । ଏଥିସହ ସତ୍ୟପାଠ ଦାଖଲ ପାଇଁ ସମୟ ସୀମାକୁ ଆଉ ୧୦ ଦିନ ବୃଦ୍ଧି କରିଛନ୍ତି କମିଶନ । ଆସନ୍ତାକାଲି ସତ୍ୟପାଠ ଦାଖଲର ଶେଷ ତାରିଖ ଥିବା ବେଳେ ଏହାକୁ ନଭେମ୍ବର ୮ ତାରିଖ ଯାଏ ବୃଦ୍ଧି କରାଯାଇଛି । ଆଜି ମେଜର ଓ ତାଙ୍କ ବାନ୍ଧବୀ ସତ୍ୟପାଠ ଦାଖଲ କରିବା ସହ ତାଙ୍କ ସହ କଣ ଘଟିଥିଲା ସେ ସମ୍ପର୍କରେ କମିଶନଙ୍କୁ ଜଣାଇଛନ୍ତି । କମିଶନଙ୍କ ପକ୍ଷରୁ ସମସ୍ତ ଜନସାଧାରଣଙ୍କୁ ସତ୍ୟପାଠ ପାଇଁ ଅନୁମତି ଦିଆଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୦୦ ସତ୍ୟପାଠ ଦାଖଲ କରାଯାଇଥିବା ସୂଚନା ମିଳିଛି ।