Odia News Portal

ଆସନ୍ତାକାଲି ବାତ୍ୟା ପ୍ରଭାବିତ ଅଞ୍ଚଳ  ବୁଲିବେ ମୁଖ୍ୟମନ୍ତ୍ରୀ

ବାତ୍ୟା ଅଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ ।  ଆକାଶ ମାର୍ଗରୁ କାଲି ଦିନ ୧୦ଟାରେ ପରିଦର୍ଶନ କରିବେ । ବାତ୍ୟାରେ କଚା ଘର  ଭାଙ୍ଗିବା ସହ  ଧାନ ଜମି ମଧ୍ୟ ନଷ୍ଟ ହୋଇଛି । ଚାଷୀମାନେ ଧାର କରଜ କରି ଚାଷ କରିଥିଲେ । କ୍ଷୟକ୍ଷତି ଅଞ୍ଚଳଗୁଡିକୁ ଏରିଏଲ ସର୍ଭେ ମାଧ୍ୟମରେ  ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ।  ଲୋକମାନଙ୍କୁ ସହାୟତା କିଭଳି ଯୋଗାଇ ଦିଆଯାଇପାରିବ । ବିଶେଷ କରି ଭଦ୍ରକ, ବାଲେଶ୍ୱର,କେନ୍ଦ୍ରାପଡା, ଜଗତସିଂହପୁର ଏହି ସବୁ ଜିଲ୍ଲାଗୁଡିକୁ ଆକାଶମାର୍ଗରୁ ପରିଦର୍ଶନ କରିବେ । ଏହା ସହିତ ଜିଲ୍ଲାପ୍ରଶାସନ ସହିତ ଆଲୋଚନା କରିବେ । କ୍ଷତିଗ୍ରସ୍ଥ ଅଞ୍ଚଳଗୁଡିକୁ କିଭଳି ସେବା ଯୋଗାଇପାରିବେ ସେ ଉପରେ ମଧ୍ୟ ଆଲୋଚନା କରିବେ ।