Odia News Portal

ପୁଣି ଚର୍ଚ୍ଚାରେ ଝାରପଡ଼ା ଜେଲ୍; ୱାର୍ଡରଙ୍କୁ ପିଟିଲେ କଏଦୀ

ପୁଣି ଚର୍ଚ୍ଚାରେ ଝାରପଡ଼ା ଜେଲ୍ । ଜେଲ୍‌ ଭିତରେ ୱାର୍ଡରଙ୍କୁ କିଛି କଏଦୀ ପିଟିଥିବା ଅଭିଯୋଗ । ବାଜିଲା ଏମର୍ଜେନ୍ସି ସାଇରନ୍, ଜେଲ୍‌ରେ ଲକ୍ଷ୍ମୀସାଗର ପୋଲିସ । ତେବେ କାହିଁକି ୱାର୍ଡରଙ୍କୁ ପିଟିଲେ କାରଣ ଅସ୍ପଷ୍ଟ ରହିଛି । କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ତନାଘନା ଜାରି ରହିଛି । 

ନିକଟରେ କଏଦୀଙ୍କ ହାତରେ ଥିଲା ମାରଣାସ୍ତ୍ର । ଜେଲର ସେଲ୍ ଭିତରେ ଦେଖାଇଥିଲେ ଭାଇଗିରି । ଛୁରୀ ବୁଲାଇ ମୋବାଇଲରେ କରିଥିଲେ ଭିଡିଓ ସୁଟିଂ । ସାକ୍ଷୀଙ୍କୁ ପଠାଇ କରିଥିଲେ ଭୟଭୀତ । ଏଭଳି ଭିଡିଓ ସାମ୍ନାକୁ ଆସିବା ପରେ ପୁଣି ଥରେ ପଦାରେ ପଡ଼ିଥିଲା ଝାରପଡା ଜେଲ ଭିତରର ସତ । ସୁରକ୍ଷାକୁ ନେଇ ପ୍ରଶ୍ନ ମଧ୍ୟ ଉଠିଥିଲା । ଝାରପଡା ଜେଲ ଭିତରେ ଚାଲିଛି କଣ ?

ସେପଟେ କେବଳ ସାକ୍ଷୀ ନୁହେଁ, କିଛି ଅଭିଯୁକ୍ତ ବଟି ବି ଏଭଳି ମାଗୁଥିବା ଅଭିଯୋଗ ହୋଇଥିଲା । ତେବେ ଜେଲ ଭିତରକୁ ସ୍ମାର୍ଟ ଫୋନ ଆସିଲା କେମିତି ? ଜେଲ ଭିତରୁ ଧମକପୂର୍ଣ୍ଣ ଭିଡ଼ିଓ କଲ କରାଯାଉଛି କେମିତି ? ଏମିତି କେତେ ସ୍ମାର୍ଟ ଫୋନ ଜେଲ୍ ଭିତରେ ରହିଛି, ତାକୁ ନେଇ ଉଠିଥିଲା ପ୍ରଶ୍ନ । 

ଘଟଣା ଘଟିବା ପରେ ଝାରପଡା ଜେଲରୁ ଜବତ ହୋଇଥିଲା ଛୁରୀ ଓ ମୋବାଇଲ । ତେବେ ଗଳାବାଟ ଦେଇ ଜେଲ ଭିତରକୁ ଏସବୁ ଯାଇଥିବା କହିଥିଲେ ଜେଲ କର୍ତ୍ତୃପକ୍ଷ । ଏନେଇ ଲକ୍ଷ୍ମୀସାଗର ଥାନାରେ ଏତଲା ବି ଦିଆଯାଇଥିବା ସୂଚନା ଦେଇଥିଲେ ଝାରପଡା ଜେଲ ସୁପରିଟେଣ୍ଡେଣ୍ଟ ।