Odia News Portal

ଜାଣନ୍ତୁ ବାତ୍ୟା ଖବର ସଂକ୍ଷେପରେ

ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଦାନା’ । ଆସନ୍ତାକାଲି ନେବ ଭୀଷଣ ବାତ୍ୟାର ରୂପ । ୨୪ କିମ୍ବା ୨୫ରେ ସ୍ଥଳଭାଗ ଛୁଇଁବା ସମ୍ଭାବନା । ୨- ପୁରୀ ଏବଂ ସାଗରଦ୍ବୀପ ମଧ୍ୟରେ ଅତିକ୍ରମ କରିବା ବାତ୍ୟା । ) ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ସ୍ଥଳଭାଗ ଆଡ଼କୁ ମୁହାଁଉଛି ବାତ୍ୟା ଦାନା….ପାରାଦ୍ବୀପ ଠାରୁ ୫୬୦ କିମି ଓ ସାଗରଦୀପ ଠାରୁ ୬୩୦ କିମି ଦୂରରେ ରହିଛି ଦାନା ।  ୩- ସ୍ଥଳଭାଗ ମୁହାଁ ‘ଦାନା’ । କାଲିଠୁ ବଢିବ ପବନର ବେଗ । ସର୍ବାଧିକ ୧୦୦ରୁ ୧୨୦ ହେବା ସମ୍ଭାବନା । 
୪- ବାତ୍ୟା ନେଇ ହାଇକୋର୍ଟରେ ଶୁଣାଣି… ଆଜି ଦିନ ୨ଟା ସୁଦ୍ଧା ଦଶହରା ପାଇଁ କଟକ ସହରରେ ଲାଗିଥିବା ବାଉଁଶ ଗେଟ, ଲାଇଟ ଗେଟ ତୁରନ୍ତ କାଢିବା ପାଇଁ ନିର୍ଦ୍ଦେଶ… ନମାନିଲେ ହେବ ଉଚ୍ଛେଦ.
୫-ସମ୍ଭାବ୍ୟ ବାତ୍ୟା ପାଇଁ 197ଟି ଟ୍ରେନ୍ ବାତିଲ୍ କଲା ରେଲୱେ…୨୩, ୨୪ ଓ ୨୫ ତାରିଖ ତିନି ଦିନ ପାଇଁ ରେଳବାଇର ଘୋଷଣା…ଓଡ଼ିଶା ଦେଇ ଯାଉଥିବା 94ଟି ଅପ୍ ଟ୍ରେନ୍ ଓ ୧୦୩ଟି ଡାଉନ୍ ଟ୍ରେନ୍ ବାତିଲ୍. ।
୬- ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ନିଷ୍ପତ୍ତି…. ସମସ୍ତ ବିଧାୟକ ଓ ବିଧାୟିକାମାନଙ୍କୁ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ରହିବାକୁ ଦେଲେ ନିର୍ଦ୍ଦେଶ..
୭- ବାତ୍ୟା ଦାନାକୁ ନଜରରେ ରଖି ପ୍ରସ୍ତୁତି ଜୋରଦାର ….. ପଞ୍ଜାବରୁ ଓଡ଼ିଶା ଆସିଲେ NDRF ଟିମ୍ …. ଦୁଇଟି ବାୟୁସେନା ବିମାନ ଯୋଗେ ଭବୁନେଶ୍ବର ଆସିଲେ 150 NDRF ଯବାନ .
୮- ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ କ୍ୟାବିନେଟ ବୈଠକ । ଲୋକସେବା ଭବନରେ ଦିନ 11ଟାରେ ବୈଠକ ବସିବ । ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ କ୍ୟାବିନେଟ ମୋହର ।
୯- ବାତ୍ୟାକୁ ଦୃଷ୍ଟିରେ ରଖି ଐତିହ୍ୟ କୀର୍ତ୍ତିରାଜି ଗୁଡିକର ସୁରକ୍ଷା ପାଇଁ ପଦକ୍ଷେପ ନେଇଛି ଏଏସଆଇ। ପୁରୀ, କଟକ, ଜଗତସିଂହପୁର ଏବଂ ଯାଜପୁର ଜିଲ୍ଳାରେ ଥିବା ସମସ୍ତ ଐତିହ୍ୟ କୀର୍ତ୍ତିରାଜିର ଯେଭଳି କୌଣସି ବାତ୍ୟା ଦ୍ବାରା କ୍ଷତି ନ ଘଟିବ ସେନେଇ ଏଏସଆଇ ପକ୍ଷରୁ ଅଧିକାରୀ ମାନଙ୍କୁ ଚିଠି ଯୋଗେ ନିର୍ଦ୍ଦେଶ ।
୧୦- ରୁଷର କାଜାନଠାରେ ଆରମ୍ଭ ହୋଇଛି ବ୍ରିକ୍ସ ସମିଟ୍ । ବୈଠକ ଆରମ୍ଭରେ ରୁଷ ୟୁକ୍ରେନ ଯୁଦ୍ଧକୁ ନେଇ ଶାନ୍ତିର ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ।  କାଜାନରେ ମୋଦିଙ୍କୁ କୃଷ୍ଣ ଭଜନ ଗାଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଲେ କଳାକାର