Odia News Portal

୮୨ ବର୍ଷରେ ପାଦ ଥାପିଲେ ବିଗ୍ ବି

ଆଜି ୮୨ ବର୍ଷରେ ପାଦ ଥାପିଛନ୍ତି ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନ । ଏହାକୁ ନେଇ ସାରା ବିଶ୍ୱରେ ତାଙ୍କ ପ୍ରଶଂସକମାନେ ଶୁଭେଚ୍ଛା ଜଣାଇଛନ୍ତି । ପରିଣତ ବୟସରେ ବି ସକ୍ରିୟ ଭାବରେ ବଲିଉଡରେ କାମ କରୁଛନ୍ତି ବିଗ୍ ବି’ । ଆଜି ତାଙ୍କ ଅଭିନୟର ଯାଦୁଗରୀରେ ଦର୍ଶକଙ୍କୁ ବାନ୍ଧି ରଖିଛନ୍ତି ଅମିତାଭ ବଚ୍ଚନ । ଉତ୍ତରପ୍ରଦେଶର ମୂଳ ବାସିନ୍ଦା ହେଉଛନ୍ତି ଅମିତାଭ ବଚ୍ଚନ । ଏକ ରିପୋର୍ଟ ମୁତାବକ ଅମିତାଭଙ୍କ ପ୍ରକୃତ ନାମ ହେଉଛି ଇନକଲାବ ଶ୍ରୀବାସ୍ତବ ବୋଲି କୁହାଯାଉଛି । ବର୍ତ୍ତମାନ ସୁଦ୍ଧା ସେ ୨୦୦ରୁ ଅଧିକ ଫିଲ୍ମରେ ଅଭିନୟ କରି ସାରିଛନ୍ତି । ୫ ଦଶନ୍ଧୀ ଧରି ସେ ଦର୍ଶକଙ୍କ ମନୋରଞ୍ଜନ କରି ଆସୁଛନ୍ତି । ଫିଲ୍ମ ସାତ ହିନ୍ଦୁସ୍ତାନୀରୁ କ୍ୟାରିଅର ଆରମ୍ଭ କରିଥିଲେ ବିଗ୍ ବି’ । ଆଜି ବି ସେ ନିଜର ବଳିଷ୍ଠ ଅଭିନୟ ମାଧ୍ୟମରେ ଦର୍ଶକକୁ ମନୋରଞ୍ଜନ କରୁଛନ୍ତି । ୧୯୬୯ରେ ରିଲିଜ ଫିଲ୍ମ ସାତ ହିନ୍ଦୁସ୍ତାନୀରୁ ଆରମ୍ଭ କରିଥିଲେ ଅଭିନୟ ଜୀବନ । ୩୦ ବର୍ଷ ବେଳକୁ ୧୨ଟି ଫିଲ୍ମରେ ଅଭିନୟ କରିଥିଲେ । ସେଥିରୁ ହିଟ୍ ହୋଇଥିଲା ମାତ୍ର ୨ଟି । ଫିଲ୍ମ ଆନନ୍ଦରେ ତତ୍କାଳୀନ ସୁପରଷ୍ଟାର ରାଜେଶ ଖନ୍ନାଙ୍କ ସହ ସେ ଅଭିନୟ କରିଥିଲେ । ଏହି ଫିଲ୍ମ ପାଇଁ ତାଙ୍କୁ ମିଳିଥିଲା ଫିଲ୍ମ ଫେୟାର ଆଓ୍ଵାର୍ଡ । ୧୯୭୩ରେ ରିଲିଜ ଫିଲ୍ମ ଜଞ୍ଜିରରୁ ସଫଳତାର ସିଡି ଚଢ଼ିଥିଲେ ବିଗ୍ ବି’ ।