Odia News Portal

ବିଜେଡି ଛାଡ଼ିଲେ ପ୍ରକାଶ ବେହେରା, ନବୀନଙ୍କୁ ପଠାଇଲେ ଇସ୍ତଫା ପତ୍ର

ବିଜେଡିରୁ ଇସ୍ତଫା ଦେଲେ ପ୍ରକାଶ ବେହେରା। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇଲେ ପ୍ରକାଶ ବେହେରା । ଗତ ସାଧାରଣ ନିର୍ବାଚନରେ କଟକ ବାରବାଟୀରୁ ବିଜେଡି ବିଧାୟକ ପ୍ରାର୍ଥୀ ଭାବେ ପ୍ରକାଶ ବେହେରା ନିର୍ବାଚନ ଲଢ଼ିଥିଲେ । ୨୦୧୪ରେ ସାଲେପୁରରୁ କଂଗ୍ରେସ ଟିକେଟ୍‌ରୁ ନିର୍ବାଚନ ଜିତିଥିଲେ ପ୍ରକାଶ ।