ରାଜ୍ୟରେ ସବୁ ନୂଆ ସରକାରୀ କୋଠାର ରଙ୍ଗ ଗୋଟିଏ ପ୍ରକାରର ହେବ। ସେହିପରି ପୁରୁଣା କୋଠାଗୁଡ଼ିକର ମରାମତି ବା ନବୀକରଣ ବେଳେ ରଙ୍ଗ ବଦଳିବ। ଆଜି ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ପକ୍ଷରୁ ଇଆଇସି (ସିଭିଲ-କମ୍-ରୋଡ୍ସ), ଇଆଇସି (ଡିପିକ୍ୟୁ), ଓବି ଆଣ୍ଡ ସିସି ଏଲ୍ଟିଡି ଇଆଇସି ତଥା ଏମ୍ଡିଙ୍କୁ ଏନେଇ ଚିଠି କରାଯାଇଛି। ଏହା ସହିତ ପୂର୍ତ୍ତ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ ମୁଖ୍ୟ ଯନ୍ତ୍ରୀମାନଙ୍କୁ ଏନେଇ ଚିଠି କରାଯାଇଛି l
ଏଣିକି ରାଜ୍ୟ ସରକାରଙ୍କ ସମସ୍ତ ନୂଆ କୋଠାର ବାହାର ପଟର ରଙ୍ଗ ଅରେଞ୍ଜ ଶେଡ୍ (ଉପରେ ଦିଆଯାଇଥିବା ଭଳି) ହେବ। ସେଥିରେ ରେଡ୍ ଶେଡ୍ର ବର୍ଡର ରହିବ। ସେହିପରି କାର୍ଯ୍ୟକ୍ଷମ କୋଠାଗୁଡ଼ିକର ମରାମତି ଓ ନବୀକରଣ କାର୍ଯ୍ୟ ବେଳେ ସେଗୁଡ଼ିକର ବାହାର ପଟକୁ ଅରେଞ୍ଜ ଶେଡ୍ ସହିତ ରେଡ୍ ଶେଡ୍ ବର୍ଡର ଦେଇ ରଙ୍ଗ କରାଯିବ ବୋଲି ପୂର୍ତ୍ତ ବିଭାଗ ପକ୍ଷରୁ କୁହାଯାଇଛି।