Odia News Portal

କଂଗ୍ରେସର ଅଣ୍ଡା ଓ ଟମାଟୋ ମାଡ଼

ଭରତପୁର ଥାନା କାଣ୍ଡ ପ୍ରତିବାଦରେ କଂଗ୍ରେସ ରାସ୍ତାକୁ ଓହ୍ଲାଇଛି । ଦଳ ପକ୍ଷରୁ ଆନେ୍ଦାଳନ କରାଯିବା ସହ ପୁଲିସ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଡ଼କୁ ଯୁବ କଂଗ୍ରେସ କର୍ମୀମାନେ ଅଗ୍ରସର ହେବାବେଳେ ପୁଲିସ ସେମାନଙ୍କୁ ବ୍ୟାରିକେଡ କରି ଅଟକାଇଥିଲା । ସେତିକିବେଳେ କଂଗ୍ରେସ କର୍ମୀମାନେ ସେଠାରେ ଥିବା ପୁଲିସ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ କରିଥିଲେ ।

ଭରତପୁର ଥାନାରେ ଭାରତୀୟ ସେନାର ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସର ଅମାନବୀୟ ନିର୍ୟାତନା ଘଟଣାକୁ ନେଇ ରାଜନୈତିକ ବାୟାନବାଜି ଆରମ୍ଭ ହୋଇଯାଇଛି। ଏହି ଘଟଣାକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଦୋଷାରୋପ କରୁଛି।