Odia News Portal

ୱାନ୍‌ ନେସନ୍‌ ୱାନ୍‌ ପୋଲ୍‌କୁ ମିଳିଲା କେନ୍ଦ୍ର କ୍ୟାବିନେଟ ମଂଜୁରୀ

ୱାନ୍‌ ନେସନ୍‌ ୱାନ୍‌ ପୋଲ୍‌କୁ ମିଳିଲା କେନ୍ଦ୍ର କ୍ୟାବିନେଟ ମଂଜୁରୀ । କେନ୍ଦ୍ର କ୍ୟାବିନେଟ ବୈଠକରେ ରାମନାଥ କୋବିନ୍ଦଙ୍କ ରିପୋର୍ଟକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏ ନେଇ ଗଣମାଧ୍ୟମକୁ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ ସଂସଦର ଆସନ୍ତା ଶୀତ ଅଧିବେଶନରେ ଗୋଟିଏ ଦେଶ-ନିର୍ବାଚନ ବିଲ୍ ଉପସ୍ଥାପନ କରାଯିବ। ଆଜି କେନ୍ଦ୍ର କ୍ୟାବିନେଟରେ ତାହା ଅନୁମୋଦନ ଲାଭ କରିଛି। ସେ କହିଥିଲେ ଯେ, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଗଠିତ କମିଟି ମାର୍ଚ୍ଚ ମାସରେ ଲୋକସଭା ନିର୍ବାଚନ ପୂର୍ବରୁ କ୍ୟାବିନେଟ ସମ୍ମୁଖରେ ଏହାର ରିପୋର୍ଟ ଉପସ୍ଥାପନ କରିଥିଲା। ଏହି ରିପୋର୍ଟ ଅନୁସାରେ ଏଣିକି ଲୋକସଭା ଓ ବିଧାନସଭା ନିର୍ବାଚନ ଏକାସାଙ୍ଗରେ ଅନୁଷ୍ଠିତ ହେବ ।ଗତକାଲି ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟକାଳର ୧୦୦ ଦିନ ପୂରଣ ହେବା ପରେ ଗୃହମନ୍ତ୍ରୀ ଅମିତ ଶାହା ଏକ ବଡ଼ ଘୋଷଣା କରିଥିଲେ। ଶାହା କହିଥିଲେ ଯେ ଏହି କାର୍ଯ୍ୟକାଳ ମଧ୍ୟରେ ସରକାର ଗୋଟିଏ ଦେଶ, ଗୋଟିଏ ନିର୍ବାଚନ କାର୍ଯ୍ୟକାରୀ କରିବେ। ଏହାପୂର୍ବରୁ ଲୋକସଭା ନିର୍ବାଚନ ପାଇଁ ମନିଫେଷ୍ଟୋରେ ଗୋଟିଏ ଦେଶ, ଗୋଟିଏ ନିର୍ବାଚନକୁ ବିଜେପି ମଧ୍ୟ ଅନ୍ତର୍ଭୁକ୍ତ କରିଥିଲା। ଗୋଟିଏ ରାଷ୍ଟ୍ର- ଗୋଟିଏ ନିର୍ବାଚନ ସମ୍ପର୍କରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ସେପ୍ଟେମ୍ବର ୨, ୨୦୨୩ ରେ ଏକ କମିଟି ଗଠନ କରାଯାଇଥିଲା। ଏହି କମିଟି ଚଳିତ ବର୍ଷ ମାର୍ଚ୍ଚ ୧୪ ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟରେ ଦାଖଲ କରିଥିଲା। ୧୯୧ ଦିନ ରାଜନୈତିକ ଦଳର ବହୁ ବିଶେଷଜ୍ଞ ଏବଂ ଲୋକଙ୍କ ସହ ଆଲୋଚନା କରିବା ପରେ କମିଟି ୧୮ ହଜାର ୬୨୬ ପୃଷ୍ଠାର ଏକ ରିପୋର୍ଟ ଦାଖଲ କରିଥିଲା। ଏଥିରେ ସମସ୍ତ ରାଜ୍ୟର ବିଧାନସଭା ସଭାର କାର୍ଯ୍ୟକାଳ ୨୦୨୯ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ପରାମର୍ଶ ଦିଆଯାଇଥିଲା, ଯାହା ଦ୍ୱାରା ଆସନ୍ତା ଲୋକସଭା ନିର୍ବାଚନ ସହିତ ସେମାନଙ୍କ ନିର୍ବାଚନ ମଧ୍ୟ ହୋଇପାରିବ।