Odia News Portal

ରାଜଧାନୀ ରାଜ ରାସ୍ତାରେ ବେପରୁଆ ଭାବେ ଗାଡି ଚଳାଇ ୫ ଗିରଫ

ରାଜଧାନୀ ରାଜ ରାସ୍ତାରେ ବେପରୁଆ ଭାବେ ଗାଡି ଚଳାଇବା ଘଟଣା । 5 ଜଣଙ୍କୁ ଗିରଫ କଲା ଲକ୍ଷ୍ମୀସାଗର ଓ ଖାରବେଳ ନଗର ଥାନା ପୋଲିସ । ଲକ୍ଷ୍ମୀସାଗର ପୋଲିସ ଜଣଙ୍କୁ ଗିରଫ ସହ ଗୋଟିଏ ଗାଡି ଜବତ କରିଥିବା ବେଳେ ଖାରବେଳ ନଗର ଥାନା ପୋଲିସ ଗୋଟିଏ ଗାଡି ଜବତ ସହ 4ଜଣଙ୍କୁ ଗିରଫ କରିଛି । ସ୍ପେଶାଲ ସ୍କୁଆର୍ଡ ସହାୟତାରେ ଗିରଫ କଲା ପୋଲିସ । ୩ ଟି ଚାରି ଚକିଆ ଗାଡି ମଧ୍ୟ ଜବତ ହୋଇଛି । ଅନ୍ୟ ଅଭିଯୁକ୍ତ ମାନଙ୍କୁ ବିଭିନ୍ନ ଜାଗାରେ ଖୋଜୁଛି ପୋଲିସ । ରାମ ମନ୍ଦିରରୁ ରୁପାଲି ଛକ ପର୍ଯ୍ୟନ୍ତ ବେପରୁଆ ଭାବେ ଗାଡି ଚଲାଉ ଥିବାର ଭିଡ଼ିଓ ଭାଇରାଲ ହୋଇଥିଲା । ଯେଉଁ ଭାଇରଲ ଭିଡ଼ିଓ ଆଧାର କରି ତଦନ୍ତ କରୁଛି ପୋଲିସ।