Odia News Portal

ସରକାରୀ ସିକୃତି ପ୍ରାପ୍ତ ଦୋକାନରୁ ନକଲି ମଦ ଠାବ କରିଛି ଅବକାରୀ ବିଭାଗ

ସରକାରୀ ମଦ ଦୋକାନରେ ନକଲି ମଦ। ବରମୁଣ୍ଡାର ଏକ ସରକାରୀ ସିକୃତି ପ୍ରାପ୍ତ ଦୋକାନରୁ ନକଲି ମଦ ଠାବ କରିଛି ଅବକାରୀ ବିଭାଗ। ପାଖାପାଖି ୪୦ ଲକ୍ଷ ଟଙ୍କାର ମଦ ଜବତ କରିଛି ଅବକାରୀ ବିଭାଗ। ନକଲି ସିଲ ଓ ନକଲି ମଦ ତିଆରି କରି ମଦ ମାଫିଆ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ଅଭିଯୋଗ ହୋଇଛି । ଦିନକୁ ଦିନ ଏହି ମଦ ଦୁର୍ନୀତି ମାମଲା ବଢ଼ି ବଢ଼ି ଚାଲିଛି। ମଦ ମାଫିଆ ନକଲି ମଦ ଦୁର୍ନୀତି କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବାବେଳେ ପୋଲିସ ଏହି ଘଟଣାର ଖୋଳତାଡ କରୁଛି।