ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରସ୍ତାବ ଦେବା ପରଠୁ ଏହାକୁ ନେଇ ରାଜନୀତି ତେଜିବାରେ ଲାଗିଛି । ଏହି ପ୍ରସଙ୍ଗ ଏବେ ବିଧାନସଭାରେ ଉଠିଛି । ଆଜି ଶୂନ୍ୟକାଳରେ ବିଜେଡି ବିଧାୟକ ବ୍ୟୋମକେଶ ରାୟ ଏହି ପ୍ରସଙ୍ଗ ଉଠାଇଛନ୍ତି । ଏଥିସହ ନାମ ପରିବର୍ତ୍ତନ ନେଇ ସେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଦାବି କରିଛନ୍ତି । ସେ କହିଛନ୍ତି ଯେ ରେଭେନ୍ସା ୧୫୬ ବର୍ଷର ଶିକ୍ଷାନୁଷ୍ଠାନ । ଏହାକୁ ନ’ଙ୍କ ଦୁର୍ଭିକ୍ଷ ସହ ଯୋଡ଼ିବା ଠିକ ନୁହେଁ । ରେଭେନ୍ସା ତାଙ୍କ କାର୍ଯ୍ୟକାଳରେ ଓଡ଼ିଆ ପଢ଼ାଯିବା ଲାଗି ଗୁରୁତ୍ୱ ଦେଇଥିଲେ । ରେଭେନ୍ସାଙ୍କ ଉଦ୍ୟମ ପାଇଁ ତାଙ୍କୁ ଫକୀରମୋହନ ସେନାପତି ଓ ଗୌରୀଶଙ୍କର ପ୍ରଶଂସା କରିଥିଲେ । ସେ ଚାହିଁନଥିଲେ ତାଙ୍କ ନାମରେ ରେଭେନ୍ସା କଲେଜ ହେଉ । ନାମ ପରିବର୍ତ୍ତନ ପ୍ରସଙ୍ଗକୁ ନେଇ ଆନେ୍ଦାଳନ ବଢ଼ୁଛି । ଏନେଇ ମୁଖ୍ୟମନ୍ତ୍ରୀ ବିବୃତ୍ତି ରଖନ୍ତୁ ବୋଲି ବିଧାୟକ ବ୍ୟୋମକେଶ ରାୟ ଦାବି କରିଛନ୍ତି ।