Odia News Portal

ଜ୍ଞାନ ନଥିବା ବ୍ୟକ୍ତିଙ୍କୁ କମିଶନର କରି ବସାଇଛନ୍ତି ବିଜେଡି ସରକାର:ମନ୍ତ୍ରୀ

ଫୁଡ କମିଶନର ନିଯୁକ୍ତିକୁ ନେଇ ପୂର୍ବ ସରକାରଙ୍କ ଉପରେ ବର୍ଷିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଫୁଡ କମିଶନରଙ୍କ ନିଯୁକ୍ତିକୁ ନେଇ ଖୋଲିଲେ ପୋଲ୍‌ । ବୁଧବାର ବିଧାନସଭାରେ ଯୋଗାଣ ମନ୍ତ୍ରୀ କହିଛନ୍ତି ଜ୍ଞାନ ନଥିବା ବ୍ୟକ୍ତିଙ୍କୁ କମିଶନର କରି ବସାଇଛନ୍ତି ବିଜେଡି ସରକାର । ଅଣ ଓଡ଼ିଆ ଅଫିସରଙ୍କୁ ଯିଏ ଖୁସି କରିପାରୁଥିଲା ସେ ବ୍ୟକ୍ତିଙ୍କୁ ବସାଇଛନ୍ତି ।

ଖାଲି ସେତିକି ନୁହେଁ ଏ ବ୍ୟକ୍ତି ଜଣକ ଚୋରା କୋଇଲା ବ୍ୟବସାୟ କରୁଛି । ପାଉଁଶ ଉଠାଣରେ ଲିପ୍ତ ରହି ପଦବୀର ଅପବ୍ୟବହାର କରି ଲୁଟିଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ।

କମିଶନର ଜଣେ ମୁଖ୍ୟ ଶାସନ ସଚିବଙ୍କ କ୍ଷମତା ଅଧିକାରୀ ହୋଇଥାନ୍ତି କିନ୍ତୁ ବିଜେଡି ସରକାର ଏହି ପଦରେ ବିଏ ପାସ୍‌ କରିଥିବା ଜଣେ ବ୍ୟକ୍ତିଙ୍କୁ କେମିତି ବସାଇଲେ ବୋଲି ପ୍ରଶ୍ନ କରିଛନ୍ତି ମନ୍ତ୍ରୀ । ଅନେକ ଭଲ ବ୍ୟକ୍ତି କମିଶନ ପାଇଁ ଆବେଦନ କରିଥିଲେ ସୁଦ୍ଧା ତାଙ୍କୁ ବାଦ୍‌ ଦେଇଛନ୍ତି ପୂର୍ବ ସରକାର । ମୁଁ ଆଶ୍ବସ୍ତି ଦେଉଛି କି ଏକ କମିଟି ବସାଇବି ତଦନ୍ତ କରି ନିଯୁକ୍ତିରେ ତ୍ରୁଟି ଥିଲେ ବିତାଡିତ କରିବି ବୋଲି କହିଛନ୍ତି ମନ୍ତ୍ରୀ । ସେପଟେ ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ ଯୋଗାଣ ମନ୍ତ୍ରୀଙ୍କୁ କାଉଣ୍ଟର କରି କହିଛନ୍ତି ମନ୍ତ୍ରୀ ମାଲିକ ,ଆଜି ସଂଧ୍ୟା ସୁଦ୍ଧା ତାଙ୍କୁ ବାହାର କରିପାରିବେ କି ?