Odia News Portal

ଗ୍ରାହକଙ୍କୁ ଠକୁଛନ୍ତି ଅସାଧୁ ବ୍ୟବସାୟୀ

ରାଜ୍ୟରେ ୩୭୦ ପେଟ୍ରୋଲ ପମ୍ପରେ ମାପରେ ଅନିୟମିତତା ହେଉଛି । ଗ୍ରାହକଙ୍କୁ ଠକୁଛନ୍ତି ଅସାଧୁ ବ୍ୟବସାୟୀ । ୨୦୨୩-୨୪ ଅର୍ଥାତ ଗୋଟିଏ ବର୍ଷରେ ୨ ହଜାର ୮ ଶହ ୪୬ ଦୋକାନୀ ମାପ ଓ ଓଜନରେ ଅନିୟମିତତା କରିଥିବା ବିଭାଗ ନଜରକୁ ଆସିଛି ।

 ରାଜ୍ୟରେ ୩୭୦ ପେଟ୍ରୋଲ ପମ୍ପରେ ମାପରେ ଅନିୟମିତତା ହେଉଛି । ଗ୍ରାହକଙ୍କୁ ଠକୁଛନ୍ତି ଅସାଧୁ ବ୍ୟବସାୟୀ ।

୨୦୨୩-୨୪ ଅର୍ଥାତ ଗୋଟିଏ ବର୍ଷରେ ୨ ହଜାର ୮ ଶହ ୪୬ ଦୋକାନୀ ମାପ ଓ ଓଜନରେ ଅନିୟମିତତା କରିଥିବା ବିଭାଗ ନଜରକୁ ଆସିଛି । ୨୧୮୧ ବ୍ୟବସାୟୀ କମ୍ପ୍ୟୁଟର ଓଜନରେ ଅନିୟମିତତା କରୁଥିବା ଯାଞ୍ଚ ବେଳେ ଜଣା ପଡିଛି ।
ସେହିପରି ୧୦୧ ଅସାଧୁ ବ୍ୟବସାୟୀ ଵଟକରା, ୯୫ ବ୍ୟବସାୟୀ ପଳାରେ ଅନିୟମିତତା କରୁଥିବା ନଜରକୁ ଆସିଛି । ବିଧାନସଭାରେ ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ପ୍ରଶ୍ନରେ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ପାତ୍ର ଲିଖିତ ଆକାରରେ ଏହି ଉତ୍ତର ରଖିଛନ୍ତି ।