Odia News Portal

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ଭୁବନେଶ୍ୱରରେ ଭଙ୍ଗା ହେବ ୧୯୧ ଆପାର୍ଟମେଣ୍ଟ

ରାଜ୍ୟ ସରକାରଙ୍କ  ବଡ଼ ନିଷ୍ପତ୍ତି । ଭୁବନେଶ୍ୱର ଥିବା  ବେଆଇନ୍‌ ଆପାର୍ଟମେଣ୍ଟକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ବିଧାନସଭାରେ ଏପରି ଉତ୍ତର ଦେଇଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।  

ମଙ୍ଗଳବାର ବିଧାନସଭାରେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଭୁବନେଶ୍ୱରରେ ଥିବା ବେଆଇନ୍‌ ଆପାର୍ଟମେଣ୍ଟ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନେଇ ପ୍ରଶ୍ନ ପଚାରିଥିଲେ । ଯାହାର ଲିଖିତ ଉତ୍ତର ଦେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ବିଡିଏ ଅଧିନରେ ବେଆଇନ୍‌ ଭାବେ ୪୯୧ଟି ଆପାର୍ଟମେଣ୍ଟ ଥିବାର ଅଭିଯୋଗ ହୋଇଥିଲା । ହେଲେ ବର୍ତ୍ତମାନ ପାଇଁ ୧୯୧ଟି ଆପର୍ଟମେଣ୍ଟ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।