Odia News Portal

ସିମ ବକ୍ସ ରୁ ପାକିସ୍ତାନ-ଚିନ୍ କଲ୍

ଭୁବନେଶ୍ବରରୁ ସିମ୍ ବକ୍ସ ଜବତ ଘଟଣାରେ ପୋଲିସ କମିଶନରଙ୍କ ବଡ଼ ଖୁଲାସା। ଅନ୍ତର୍ଜାତୀୟ ସ୍ତରରେ ସାଇବର ଠକେଇ ଓ ଆତଙ୍କି କାର୍ଯ୍ୟକ୍ରମ ଭଳି ଜଘନ୍ୟ ଅପରାଧର ଷଡଯନ୍ତ୍ର କରୁଥିବା ଅଭିଯୋଗ ରେ ଭୁବନେଶ୍ୱର କମିଶନର ପୋଲିସ ଜଣେ ସନ୍ଦିଗ୍ଧ ବାଙ୍ଗୀୟ ଯୁବକ ଙ୍କୁ ଆଜି ଲଷ୍ମୀସାଗର ଅଂଚଳ ରୁ ଗିରଫ କରିଛି l

ଏହି ଗିରଫ ଦାରି ଫଳରେ କମିଶନର ପୋଲିସ ଏକ ବଡ ଧରଣ ର ଅନାର୍ଜାତୀୟ ଅପରାଧିକା ଷଡଯନ୍ତ କୁ ରୋକିବାରେ ସମର୍ଥ ହୋଇଛି l

ଭୁବନେଶ୍ୱର ପୋଲିସ କମିଶନର ସଂଜୀବ ପଣ୍ଡା ଆଜି ଏକ ସାମ୍ବାଦିକ ସମିଳନୀ ରେ କହିଛନ୍ତି ଯେ ଭୁବନେଶ୍ୱର ଲଷ୍ମୀସାଗର ଅଂଚଳ ରେ ରହୁଥିବା ଏହି ସନ୍ଦିଗ୍ଧ ଯୁବକ ର ଘର ପଶ୍ଚିମ ବଙ୍ଗ ରେ ବୋଲି ଜଣାପଡିଛି l ଲଷ୍ମୀସାଗର ଅଂଚଳ ରୁ ନଅ ଟି ସିମ ବକ୍ସ ସହ ହଜାରେ ସିମ ମିଳିଛି ସେଥିପାଧ୍ୟରୁ 255 ଟି ସକ୍ରିୟ ରହିଛି l ଏହି ଷଡଯନ୍ତର ପଛରେ ଆଶାଦୁର ଜମାନ ନାମକ ଜଣେ ବଙ୍ଗଳଦେଶୀ ନାଗରିକ ମାଷ୍ଟର ମାଇଣ୍ଡ ରହିଥିବା ପୋଲିସ ଜାଣିବାକୁ ପାଇଛି l

ଗତବର୍ଷ ଅକ୍ଟୋବର 21 ରେ ଆଶାଦୁର ଜମାନ ଭାରତରେ ପ୍ରବେଶ କରିଥିଲା l ଏହା ପରେ ସେ ବେଙ୍ଗଲ ର ରାଜୁ ମଣ୍ଡଳ କୁ ଧରି ଭୁବନେଶ୍ୱର ଆସିଥିଲା l ଏବଂ ଉଭୟେ ଲିଙ୍ଗରାଜ ହୋଟେଲ ରେ ରହୁଥିଲେ ବୋଲି ତଦନ୍ତ ରୁ ଜଣାପଡିଛି l ଗରଫ ସନ୍ଦିଗ୍ଧ ଯୁବକ ବେଙ୍ଗଲ ର ରାଜୁମଣ୍ଡଳ ଠାରୁ ଯେଉଁ 9 ଟି ସିମ ବକ୍ସ ଜବତ କରାଯାଇଛି ସେଥିରୁ ପାଞ୍ଚ ଟି ଚାଲୁ ରହିଛି l

ଏହି ସିମ ବକ୍ସ ଜରିଆରେ ପାକିସ୍ତାନ, ଚୀନ ଓ ମଧ୍ୟପ୍ରାଚ୍ୟ ଦେଶକୁ ଯୋଗାଯୋଗ କରାଯାଉଥିଲା l ଏପରିକି ଏହି ସିମ ବକ୍ସ ଜରିଆରେ ଆସୁଥିବା ଅନ୍ତର୍ଜାତୀୟ କଲ୍ ଗୁଡିକୁ ସ୍ଥାନୀୟ ସିମ ରେ ପରିବର୍ତନ କରି ଅପରାଧ ର ପୃଷ୍ଠଭୂମି ତିଆରି କରୁଥିଲେ l

ସନ୍ଦିଗ୍ଧ ବ୍ୟକ୍ତି ଠାରୁ ଏକ ହଜାର ସିମ ମିଳିଛି ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି l ତେବେ ଏହି ନେଟୱର୍କ ଦ୍ୱାରା ସେମାନେ ସାଇବର କ୍ରାଇମ,ଆତଙ୍କି କାର୍ଯ୍ୟକ୍ରମ କିମ୍ବା ଅନ୍ୟ କିଛି ଜଘନ୍ୟ ଅପରାଧର ଷଡଯନ୍ତ୍ର କରିଥିଲେ l ସେ ସମ୍ପର୍କ ରେ ତଦନ୍ତ କୁ ତ୍ୱରାନ୍ୱିତ କରାଯାଇଛି l ବର୍ତ୍ତମାନ ସୁଦ୍ଧା ଯାହା ଜଣାପଡିଛି ସେମାନେ ପ୍ରଥମେ ଭୁବନେଶ୍ୱର ର କେଶୁରା ଠାରେ ଏକ ଘର ଭଡା ନେଇ ସେଠାରେ ଏକ ସିମ ବକ୍ସ ରାକେଟ ଚଳାଉଥିଲେ l ଆହୁରି 2 ଜାଗାରେ ସିମ ବକ୍ସ ଲଗାଯାଇଥିବା ପ୍ରାରମ୍ଭିକ ତଦନ୍ତ ରୁ ଜଣାପଡିଛି l

ରାଜୁ ମଣ୍ଡଳ କୁ ପୋଲିସ ରିମଣ୍ଡରେ ଆଣିବା ପରେ ଇ ସମ୍ପର୍କ ରେ ଆହୁରି ଅନେକ ରହସ୍ୟ ପଦାକୁ ଆସିବ l ଏବଂ ଏ ସମସ୍ତ ଘଟଣା ର ମାଷ୍ଟରମାଇଣ୍ଡି କୁ କିପରି ଗିରଫ କରାଯିବ ସେଥିପାଇଁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ତଦନ୍ତ କରାଯିବ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି l