Odia News Portal

ବନ୍ଧାହେବେ ଦୁର୍ନୀତିଗସ୍ତ ବାବୁ

 ବିଭିନ୍ନ ଜିଲ୍ଲାରେ ହୋଇଥିବା ଡିଏମଏଫ ଦୁର୍ନୀତିର ହେବ ତଦନ୍ତ। ବନ୍ଧା ହେବେ ଦୁର୍ନୀତିଗସ୍ରସ୍ତ। ଖଣି ମନ୍ତ୍ରୀ କହିଛନ୍ତି, ସରକାର ପ୍ରାଥମିକତା ହେଉଛି ଶୁନ ଦୁର୍ନୀତି। ଏହାସହ ଦୁର୍ନୀତି ଉପରେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ହେବ।

ଏ କଥା ମୁଖ୍ୟମନ୍ତ୍ରୀ ମଧ୍ୟ କହି ସାରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ଡିଏମଏଫରେ ଦୁର୍ନୀତି ଓ ଦୁରପୋଯୋଗ କଥା ଅନେକ ସମୟରେ ଅଭିଯୋଗ ଆସୁଛି। ଏ କଥାର ସତ୍ୟତା ପାଇଁ ତର୍ଜମା ମଧ୍ୟ ଚାଲିଛି। ଆକ୍ସନ ମୋଡ଼ରେ ମଧ୍ୟ ସରକାର ଅଛନ୍ତି। ତେଣୁ କୌଣସି ଦୁର୍ନୀତିକୁ ପ୍ରଶୟ ଦିଆଯିବ ନାହିଁ। ଏ ନେଇ ତଦନ୍ତ ଆରମ୍ଭ ହୋଇଗଲାଣି। କୌଣସି ସରକାରୀ ଖଜଣା ତହବିଲରୁ ବାଟମାରଣାକୁ ସରକାର କେବେ ହେଲେ ପ୍ରଶୟ ଦେବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।