Odia News Portal

ପ୍ୟାରିସ୍‌ ଅଲିମ୍ପିକ୍ସ : ଜାଭେଲିନ ଥ୍ରୋ ଫାଇନାଲରେ ନୀରଜ ଚୋପ୍ରା

ଆଜି ପ୍ୟାରିସ୍ ଅଲିମ୍ପିକର ୧୧ତମ ଦିନ। ଭାରତର ଷ୍ଟାର ଜାଭେଲିନ ଥ୍ରୋ ଆଥଲେଟ୍ ନୀରଜ ଚୋପ୍ରା ସିଜନର ବେଷ୍ଟ ଥ୍ରୋ ସହ ଫାଇନାଲରେ ଏଣ୍ଟ୍ରି କରିଛନ୍ତି। ସେ ମଙ୍ଗଳବାର ଗ୍ରୁପ୍-ବି କ୍ୱାଲିଫିକେସନ ରାଉଣ୍ଡରେ ୮୯.୩୪ମିଟରର ଥ୍ରୋ କରିଛନ୍ତି। ସେ ପ୍ରଥମ ଚେଷ୍ଟାରେ ହିଁ ଏହି ସଫଳତା ପାଇଛନ୍ତି। ଆସନ୍ତା ୮ ଅଗଷ୍ଟରେ ସେ ଫାଇନାଲ ଖେଳିବେ।

ଚଳିତ ଥର ଗୋଲ୍ଡ ମେଡାଲର ସବୁଠୁ ଅଧିକ ଆଶା ନୀରଜଙ୍କ ଠାରୁ ରହିଛି। ସେ ଟୋକିଓରେ ଗୋଲ୍ଡ ଜିତି ଥିଲେ। ଅନ୍ୟପଟେ କୁସ୍ତିଯୋଦ୍ଧା ଭିନେଶ ଫୋଗାଟ କ୍ୱାର୍ଟର ଫାଇନାଲରେ ପହଞ୍ଚି ଯାଇଛନ୍ତି। ସେ ୫୦କି.ଗ୍ରା ବର୍ଗରେ ଜାପାନୀର ୟୁଇ ସୁସାକିଙ୍କୁ ମାତ୍ ଦେଇଛନ୍ତି। ସୁସାକି ଟୋକିଓ ଅଲିମ୍ପିକରେ ଗୋଲ୍ଡ ଜିତି ଥିଲେ। ସେପଟେ ଭାରତୀୟ ହକି ଟିମ୍ ସେମିଫାଇନାଲରେ ପଡ଼ିଆକୁ ଓହ୍ଲାଇବ। ଭାରତ ଜର୍ମାନୀକୁ ହରାଇ ଫାଇନାଲରେ ଏଣ୍ଟ୍ରି କରିବାକୁ ଚାହିଁବ। ଭାରତ ୧୯୮୦ରେ ଶେଷ ଥର ପାଇଁ ହକିରେ ଗୋଲ୍ଡ ଜିତି ଥିଲା। ପ୍ୟାରିସ୍ ଅଲିମ୍ପିକ୍ରେ ଭାରତ ଏବେ ସୁଦ୍ଧା ମୋଟ ୩ଟି ବ୍ରୋଞ୍ଜ ଜିତିଛି, ଯାହା ସୁଟିଂରୁ ଆସିଛି।