Odia News Portal

ବଜେଟ: ଲାଗୁ ହେବ ଆୟୁଷ୍ମାନ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା

 ୨୦୨୪-୨୫ ଆର୍ଥିକ ବର୍ଷ ନିମନ୍ତେ ବଜେଟ ଉପସ୍ଥାପନ କରିଛନ୍ତି ମୋହନ ସରକାର । ସ୍ୱାସ୍ଥ୍ୟସେବା ପାଇଁ ଚଳିତ ବଜେଟର ମୋଟ ୨୧ ହଜାର ୨ ଶହ କୋଟି ଟଙ୍କାର ବ୍ୟବବରାଦ ରହିଛି । ବିଗତ ବର୍ଷର ବଜେଟକୁ ଆକଳନ କଲେ ପ୍ରାୟ ୩୨ ପ୍ରତିଶତ ଅଧିକ ଓ ସମୁଦାୟ ବଜେଟର ୮ ପ୍ରତିଶତ । ରାଜ୍ୟରେ ଲାଗୁ ହେବ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା ।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ପାଇଁ କେନ୍ଦ୍ର ସରକାର ୬୦ ପ୍ରତିଶତ ପାଣ୍ଠି ପ୍ରଦାନ କରିବେ । ରାଜ୍ୟ ତଥା ରାଜ୍ୟ ବାହାରେ ରହିଥିବା ଲୋକମାନେ ଦେଶର ସମସ୍ତ ରାଜ୍ୟର ୨୭ ହଜାରରୁ ଅଧିକ ତାଲିକାଭୁକ୍ତ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ କ୍ୟାସଲେସ ଚିକିତ୍ସା ସୁବିଧା ପାଇପାରିବେ । ଓଡ଼ିଶା ବାହାରେ ରହୁଥିବା ପ୍ରବାସୀ ଶ୍ରମିକମାନେ ଏହି ଯୋଜନାରେ ଲାଭବାନ ହୋଇପାରିବେ । ବଜେଟରେ ଏହି ଯୋଜନା ପାଇଁ ୫ ଶହ କୋଟି ଟଙ୍କା ବ୍ୟୟବରାଦ ରହିଛି ।
ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା: ରାଜ୍ୟ ସ୍ୱାସ୍ଥ୍ୟ ଯୋଜନା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଆରମ୍ଭ କରାଯାଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ଈଝକଣ) ଯୋଜନା ଅଧିନରେ ଥିବା ଯୋଗ୍ୟ ହିତାଧିକାରୀମାନେ ଏହି ଯୋଜନାରେ ଲାଭବାନ ହୋଇପାରିବେ । ଗୋପବନ୍ଧୁ ଜନ ଆରୋଗ୍ୟ ଯୋଦନା ପାଇଁ ୩ ହଜାର ୫୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।