Odia News Portal

ହେମନ୍ତ ସୋରେନ ନେଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ

ହେମନ୍ତ ସୋରେନ ଗୁରୁବାର ଦିନ ସନ୍ଧ୍ୟାରେ ଝାଡଖଣ୍ଡର ୧୩ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଝାଡଖଣ୍ଡର ରାଜ୍ୟପାଳ ସିପି ରାଧାକୃଷ୍ଣନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହି କ୍ରମରେ ହେମନ୍ତ ସୋରେନ ତୃତୀୟଥର ପାଇଁ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ବୁଧବାର ଦିନ ସୋରେନ ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ସେ ଗତକାଲି ରାଜ୍ୟପାଳଙ୍କୁ ଭେଟି ବହୁମତ ପ୍ରମାଣ ଦେଇଥିଲେ ।

ଜେଏମଏମ ଏହାପରେ କହିଥିଲା କି ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ ହେମନ୍ତ ସୋରେନଙ୍କୁ ରାଜ୍ୟରେ ସରକାର ଗଠନ କରିବାକୁ ନିମନ୍ତ୍ରଣ କରିଛନ୍ତି । ହେମନ୍ତ ସୋରେନ ଚଳିତମାସ ୭ ତାରିଖରେ ଶପଥ ନେବେ     । ହେଲେ କିଛି ସମୟ ପରେ ଏହି ନିଷ୍ପତ୍ତି ବଦଳିଥିଲା । ଏବେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।