Odia News Portal

ଟି-୨୦ ବିଶ୍ବକପ : ଅଷ୍ଟ୍ରେଲିଆକୁ ହରାଇଲା ଭାରତ

କଙ୍ଗାରୁ ବୋଲରଙ୍କୁ ଧୋଇଲେ ରୋହିତ । ଷ୍ଟାଡିୟମରେ ହେଲା ଛକା ଚୌକାର ବର୍ଷା । ଟି-୨୦ ବିଶ୍ବକପ ସେମିଫାଇନାଲରେ ପ୍ରବେଶ କଲା ଭାରତ । ହିଟ ମ୍ୟାନଙ୍କ ସଟରେ କମ୍ପିଲା ଷ୍ଟାଡିୟମ । ବିଶ୍ବକପର ପ୍ରତିଶୋଧ ନେଲା ଟିମ ଇଣ୍ଡିଆ । ଡାରେନ ସାମ୍ମି କ୍ରିକେଟ୍‌ ଷ୍ଟାଡିୟମରେ ଉଡିଲା ତ୍ରିରଙ୍ଗା । ସୁପର-୮ ଅନ୍ତିମ ମ୍ୟାଚରେ ଅଷ୍ଟ୍ରେଲିଆକୁ୨୦ ରନରେ ହରାଇ ସେମିକୁ ପ୍ରବେଶ କରିଛି ରୋହିତ ବାହିନୀ । ବିଫଳ ଗଲା ଟ୍ରାଭିସ ହେଡଙ୍କ ଧୂଆଁଧାର ଅର୍ଦ୍ଧଶତକ । କଙ୍ଗାରୁ ଦଳର ଅଧା ରହିଗଲା ଟି-୨୪ ବିଶ୍ବକପ ହାତେଇବାର ସ୍ବପ୍ନ । ଅର୍ଶଦୀପ ଓ କୁଳଦୀପଙ୍କ ଘାତକ ବୋଲିଂରେ ଚିତପଟାଙ୍ଗ ଅଷ୍ଟ୍ରେଲିଆ ବ୍ୟାଟର । ଆସନ୍ତା ୨୭ ତାରିଖରେ ଟୁର୍ଣ୍ଣାମେଣ୍ଟରେ ସେମିଫାଇନାଲ ମୁକିବିଲା ରହିଛି । ଗ୍ରୁପ-୨ର ଇଂଲଣ୍ଡକୁ ଭେଟିବ ଗ୍ରୁପ -୧ର ଭାରତ । ଏହି ମ୍ୟାଚରେ ଯିଏ ବିଜୟୀ ହେବ ସେ ସିଧା ଫାଇନାଲରେ ପହଞ୍ଚିବ । ଫାଇନାଲ ପାଇଁ ହେବ ଜୋରଦାର ଫାଇଟ ।