ଶ୍ରୀଜିଉଙ୍କ ଦର୍ଶନ ପରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥଳି ସୁଆଣ୍ଡୋ ଗସ୍ତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସୁଆଣ୍ଡୋରେ ପହଞ୍ଚିବା ପରେ ଲୋକଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ। ଲୋକଙ୍କ ଭଲମନ୍ଦ ବୁଝିବା ସହ ସମସ୍ୟା ସମାଧାନ ପ୍ରତିଶ୍ରୁତି ଦେଇଛନ୍ତି। ଏ ଅବସରର ମୁଖ୍ୟମନ୍ତ୍ରୀ କହିଛନ୍ତି, ଏ ସରକାର ଗରିବଙ୍କ ସରକାର, ଲୋକଙ୍କ ପାଖରେ ଆମେ ପହଞ୍ଚିବୁ। ୫ ବର୍ଷ ଭିତରେ ୫୦ ବର୍ଷର ବଳକା କାମ ପୂରଣ କରିବୁ।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟ ସରକାର ୧୦୦ ଦିନ ଭିତରେ ‘ସମୃଦ୍ଧ କୃଷକ ନୀତି’ ଆଣୁଛନ୍ତି। ଏ ନୀତି ଆସିଲେ କୃଷକମାନଙ୍କର ଅନେକ ସମସ୍ୟାର ସମାଧାନ ହୋଇପାରିବ। ଏହି ଗସ୍ତ ସମୟରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସମେତ ସାଂସଦ ଓ ବିଧାୟକମାନେ ମଧ୍ୟ ଉପସ୍ଥିତ ଥିଲେ।