Odia News Portal

ଇଷ୍ଟ ଜୋନ୍ ଦିବ୍ୟାଙ୍ଗ କ୍ରିକେଟ : ଓଡ଼ିଶା ଚାମ୍ପିଅନ୍

ଭୁବନେଶ୍ୱର,( ଚକ୍ରଧର ମାଝି ) ­ସ୍ଥାନୀୟ ପାରାମାଉନ୍ଟ ସ୍ପୋର୍ଟିଂ ଗ୍ରାଉଣ୍ଡରେ ଚାଲିଥିବା ନାଲ୍କୋ ଅଜିତ ୱାଡେକର ମେମୋରିଆଲ୍ ଇଷ୍ଟ ଜୋନ୍ ଦିବ୍ୟାଙ୍ଗ କି୍ରକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍ୟାପିତ ହୋଇଯାଇଛି । ଫାଇନାଲ୍ ଲଢେ଼ଇରେ ଡିଫେଣ୍ଡିଂ ଚାମ୍ପିଅନ୍ ଝାଡଖଣ୍ଡକୁ ୨୧ ରନ୍ରେ ପରାସ୍ତ କରି ଓଡିଶା ଟ୍ରଫି କରାୟତ କରିଛି । ଦମଦାର ଇନିଂସ ଖେଳିଥିବା ବଳରାମ ବସ୍ତିଆ (ଓଡିଶା) ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍’ ଓ ଉଭୟ ବ୍ୟାଟିଂ ଏବଂ ବୋଲିଂରେ କମାଲ ପ୍ରଦର୍ଶନ କରିଥିବା ଅକ୍ଷୟ କୁମାର ସାହୁ (ଓଡିଶା) ମ୍ୟାନ୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଥିଲେ ।
ଫାଇନାଲ ମୁକାବିଲାରେ ଓଡିଶା ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଦଳ ପକ୍ଷରୁ ଓପନର ଲଳିତ ସେନାପତି ଓ ପରେଶ ବଉରା ଭଲ ଆରମ୍ଭ କରିପାରିନଥିଲେ ।

ଓପନର ପରେଶ ବ୍ୟକ୍ତିଗତ (୩) ରନ୍ କରି ପ୍ୟାଭିଲିଅନ୍ ଫେରିଥିଲେ । ସେହିପରି ଲଳିତ ସେନାପତି ୧୯ ବଲରୁ ୧୯ ରନ୍ କରି ଆଉଟ୍ ହୋଇଥିଲେ । ତେବେ ତୃତୀୟ ୱିକେଟ ପାଇଁ ଦୁଇ ଇନଫର୍ମ ବ୍ୟାଟ୍ସମ୍ୟାନ୍ ବଳରାମ ବସ୍ତିଆ ଓ ଅକ୍ଷୟ କୁମାର ସାହୁ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ । ଅକ୍ଷୟ ୧୨ ବଲରୁ ୩ ଚୌକା ୨ ଛକା ବଳରେ ଦ୍ରୁତ ୩୨ ରନ୍ କରି ସ୍କୋରକୁ ଆଗେଇ ନେଇଥିଲେ । ବଳରାମ ପଣ୍ଡା (୦), ପୁନିଲ ମାନସିଂହ (୦) ଖାତା ଖୋଲିପାରିନଥିଲେ । ତେବେ ଶେଷ ପର୍ଯ୍ୟାୟରେ ବଳରାମ ବସ୍ତିଆ ଚମକ୍ରାର ପ୍ରଦର୍ଶନ କରି ଦଳୀୟ ସ୍କୋର ୧୪୦ ରନ୍ ପାର୍ କରାଇଥିଲେ । ବସ୍ତିଆ ୨୯ ବଲରୁ ୧୦ ଚୌକା, ୨ ବିଶାଳ ଛକା ବଳରେ ୬୨ ରନ୍ କରିଥିଲା । ଫଳରେ ଓଡିଶା ନିର୍ଦ୍ଧାରିତ ୧୨ ଓଭରରେ ୬ ୱିକେଟ ହରାଇ ୧୪୧ ରନ୍ କରିଥିଲା । ଝାଡଖଣ୍ଡ ପକ୍ଷରୁ ବାବନ ସିଂହ ୧୯ ରନ୍ରେ ୩ ୱିକେଟ ନେଇଥିଲେ ।
ଜବାବରେ ଝାଡଖଣ୍ଡ ପ୍ରଥମ ବଲରେ ଓପନର ଭୋଲା ପାସୱାନ୍ଙ୍କୁ ହରାଇଥିଲା । ପରବର୍ତ୍ତୀ ସମୟରେ ଓପନର ଅମିତ କୁମାର ୨୧ (୯ ବଲ, ୩ ଚୌକା, ୧ ଛକା), ବିଷ୍ଣୁ ୧୩, ବାବନ ସିଂହ ୨୧ ଚେଷ୍ଟାକୁ ବିଫଳ କରିଥିଲେ ଓଡିଶା ବୋଲର । ତେବେ ୬Â ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ବାବଲୁ ଗୋପେ ୧୮ ବଲରୁ ୪ ଚୌକା, ୨ ଛକା ବଳରେ ୩୭ ରନ୍ ଓ ମନିସ ସିଂ ୧୨ ବଲରୁ ୩ ଚୌକା ବଳରେ ୧୫ ରନ୍ କରିଥିଲେ ହେଁ ବିଜୟ ସମ୍ଭବ ହୋଇନଥିଲା । ଫଳରେ ଝାଡଖଣ୍ଡ ନିର୍ଦ୍ଧାରିତ ୧୨ ଓଭରରେ ୬ ୱିକେଟ ହରାଇ ୧୨୦ ରନ୍ କରିଥିଲା ।
ସେହିପରି ଶ୍ରେଷ ଫିଲ୍ଡର ଅମିତ କୁମାର ଯାଦବ (ପଶ୍ଚିମବଙ୍ଗ), ଶ୍ରେÂ କ୍ୟାଚ୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ ନଗେନ୍ଦ୍ର ସିଂ, ଶ୍ରେଷ ବ୍ୟାଟ୍ସମ୍ୟାନ୍ ବଳରାମ ବସ୍ତିଆ (ଓଡିଶା), ଶ୍ରେଷ ବୋଲର ମନିଷ ସିଂ (ଝାଡଖଣ୍ଡ) ।


ଉଦ୍ୟାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନାଲ୍କୋର ଏକଜୁକୁ୍ୟଟିଭି୍ ଡାଇରେକ୍ଟର (ଫାଇନାନ୍ସ) ଏସ୍ ଡି ସାହୁ, ସମ୍ମାନିତ ଅତିଥି ଭାବେ ପାରାମାଉଣ୍ଟ ସ୍ପୋର୍ଟିଂର ସଭାପତି ପ୍ରତାପ କୁମାର ଜେନା, ପୂର୍ବତନ ରୋଟାରିଆନ୍ ବରଦା ପ୍ରସନ୍ନ ଆଚାର୍ଯ୍ୟ, ‘ଆଶ୍ଚର୍ଯ୍ୟ’ର ସମ୍ପାଦକ ଜିତେନ୍ଦ୍ର ଶତପଥୀ, ଓଡିସିଏ ସଭାପତି କେ.କେ. ରଥ, ଦିବ୍ୟାଙ୍ଗ କି୍ରକେଟ ଇଷ୍ଟ ଜୋନ୍ ସମ୍ପାଦକ ବିଦୁ୍ୟତ୍ କୁମାର ଦେ, ଏଆଇସିଏପିସି ପର୍ଯ୍ୟବେକ୍ଷକ ଉଦୟ ତାମ୍ବେ, ଡିଏସ୍ଏସ୍ଓ ଖୋର୍ଦ୍ଧା ଅଶୋକ କୁମାର ପାତ୍ର, ଦିବ୍ୟାଙ୍ଗ କି୍ରକେଟ ଇଷ୍ଟଜୋନ୍ ସମ୍ପାଦକ ମନିଷ ସିଂ ଓ କର୍ପୋରେଟ୍ କମୁନିକେସନ୍ର ଡିଜିଏମ୍ ଆଶୁତୋଷ ରଥ ପ୍ରମୁଖ ଉପସ୍ଥିତ ରହି ଚାମ୍ପିଅନ୍ ଓ ରନର୍ସ ଅପ୍ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଚାମ୍ପିଅନ୍ ଓଡ଼ିଶାକୁ ୮ ହଜାର ଓ ରନର୍ସ ଅପ୍କୁୁ ୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା ।